ଯେକୌଣସି ଖାଦ୍ୟକୁ ଅଧିକ ଖାଇବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ୟା, ରକ୍ତଚାପ ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ କାରଣରୁ ସୃଷ୍ଟି ହେଉଥିବା ଏଭଳି କିଛି ଲକ୍ଷଣ ଓ ସଙ୍କେତ ବିଷୟରେ ଜାଣନ୍ତୁ , ଯାହା ଅଧିକ ଲୁଣ ଖାଇବା ଦ୍ୱାରା ହୋଇଥାଏ….
ଅଧିକ ଲୁଣ ଖାଇବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ ଦାଗ ହେବା, ଫୁଲିବା ଭଳି ସମସ୍ୟା ଦେଖାଯାଏ। ଯାହା ଶରୀରରେ ଅଧିକ ଦିନ ରହିଲେ ବିଭିନ୍ନ ରୋଗ ସୃଷ୍ଟି କରେ। ବିଶେଷ କରି ଏହି ଦାଗ, ଆଣ୍ଠୁ , ଚକ୍ଷୁ ନିକଟରେ, ଆଙ୍ଗୁଠି ଆଦି ସ୍ଥାନରେ ଦେଖାଯାଏ।
ଅଧିକ ଶୋଷ ଲାଗିବା –
ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଅଧିକ ଶୋଷ ଲାଗିଥାଏ। ବଦହଜମି ଓ ପେଟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଏ। ଖାଦ୍ୟ ଖାଇବାକୁ ଆଗ୍ରହ କମିଯାଏ। ହାତ, ଆଣ୍ଠୁଗଣ୍ଠି ବ୍ୟଥା, ଚିଡ଼ଚିଡ଼ା ଭାବ ଆଦି ସମସ୍ୟା ସୃଷ୍ଟି ହୋଇଥାଏ।
ମୁଣ୍ଡ ବିନ୍ଧା ଲାଗି ରହିବା –
ଅଧିକ ଲୁଣ ଖାଉଥିବା ଲୋକଙ୍କର ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଦେଖାଯାଏ। ଏହି ଯନ୍ତ୍ରଣା ସର୍ବଦା ଲାଗି ରହିଥାଏ। ମସ୍ତିଷ୍କ ଉପରେ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଏ। କାର୍ଯ୍ୟ କରିବାକୁ ଆଗ୍ରହ ଆସିନଥାଏ। ଅଳ୍ପ କାର୍ଯ୍ୟ କଲେ ମଧ୍ୟ ହାଲିଆ ଅନୁଭବ ହୋଇଥାଏ।
ଅଧିକ ଲୁଣ ଖାଇବା ସୃଷ୍ଟି କରେ ଏହି ସ୍ୱାସ୍ଥ୍ୟଗତ ସମସ୍ୟା
Popular Categories



