www.samajalive.in
Monday, December 8, 2025
20.1 C
Bhubaneswar

ହାଇୱା ଧକ୍କାରେ ଦୁଇ ଗାଈ, ଦୁଇ ବଳଦ ମୃତ

ହାରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୂଇଁ ପୋଲ ନିକଟରେ ମଙ୍ଗଳବାର ସକାଳେ ଏକ ହାଇୱା ଧକ୍କାରେ ଦୁଇଟି ଗାଈ ଓ ଦୁଇଟି ବଳଦଙ୍କ ମୃତ୍ୟୁ ଘଟିଛି । ଫଳରେ ପ୍ରତିବାଦରେ ଗାଈ ମାଲିକ ରାସ୍ତାରୋକ କରିଥିଲେ । ଏନେଇ ହରଭଙ୍ଗା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ରାସ୍ତାରୋକ ହଟିଥିଲା । ଖବରପାଇ ହରଭଙ୍ଗା ଅତିରିକ୍ତ ତାହସିଲଦାର ହରିଓମ୍ ଭୋଇ ମଧ୍ୟ ସେଠାରେ ପହଞ୍ଚିଥିଲେ । ଦୁର୍ଘଟଣାରେ ଅକ୍ରୁର ରାଜହଂସଙ୍କ ଗୋଟିଏ ଗାଈ, ନରେଶ ମାଝିଙ୍କ ଗୋଟିଏ ଗାଈ, ଗୋଟିଏ ବଳଦ ଓ ବୀରେନ୍ଦ୍ର ରଣାଙ୍କ ଗୋଟିଏ ବଳଦର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ପୁଲିସ ଦୁର୍ଘଟଣାଗ୍ରସ୍ତ  ହାଇୱାକୁ ଅଟକ ରଖି ତଦନ୍ତ ଚଳାଇଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories