www.samajalive.in
Monday, December 8, 2025
27.1 C
Bhubaneswar

୫ମାସର ଟୁର୍ ଡାଏରୀ ଖୋଲିବ ସରକାରୀ ଅଧିକାରୀଙ୍କ ଅଏସ ଗୁମର

ହରଭଙ୍ଗା: ଲୋକଙ୍କ ପଇସାରେ ସରକାରୀ ବାବୁମାନେ କିଭଳି ଅଏସ କରୁଛନ୍ତି ତାର ଏକ ଜ୍ୱଳନ୍ତ ଉଦାହରଣ ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି। ସରକାରୀ ବାସଭବନ ଭଳି ଏୟାରମାର୍କ କ୍ୱାର୍ଟରର ସ୍ୱତନ୍ତ୍ର ସୁବିଧା ଥାଇ ମଧ୍ୟ ହରଭଙ୍ଗା ବିଡିଓ ସ୍ମିତା ରଥ ସେଠାରେ ନରହି ଗତ ୫ମାସ ହେଲା ବୌଦ୍ଧରେ ରହି ଅଫିସ ଗାଡିରେ ୩୫ କିଲୋମିଟର ଦୂର ବୌଦ୍ଧରୁ ପ୍ରତିଦିନ ୪ଥର ଯିବାଆସିବା କରୁଥିବା ଅଭିଯୋଗ ହୋଇଛି। ଏ ବାବଦରେ ଦୈନିକ ୧୪ଶହ ଟଙ୍କା ଏବଂ ମାସିକ ୪୨ହଜାର ଟଙ୍କା ତେଲ ଖର୍ଚ୍ଚ ହେଉଥିବା ବେଳେ ଏ ପଇସା କେଉଁଠୁ ଖର୍ଚ୍ଚ ହେଉଛି ତାର ତଦନ୍ତ ହେବା ଆବଶ୍ୟକତା ବୋଲି ସାଧାରଣରେ ଦାବୀ ହେଉଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ପରୋକ୍ଷରେ ସରକାରୀ ଗାଡିଟି ବିଡିଓଙ୍କ ସେବାରେ ଲାଗିଥିବା ସ୍ପଷ୍ଟ ପ୍ରମାଣିତ ହେଉଛି। ଖାଲି ସେତିକି ନୁହେଁ କୌଣସି ସରକାରୀ କାମ ନଥାଇ ଜଣେ ସରକାରୀ ବାବୁ ଅଯଥାରେ ଦୈନିକ ୧୪୦କିଲୋମିଟର ବୌଦ୍ଧ ବାସଭବନରୁ ବ୍ଲକ ଅଫିସକୁ ସରକାରୀ ଗାଡିରେ ଯିବାଆସିବା କରି ସରକାରୀ ଗାଡିର ମର୍ଯ୍ୟାଦାହାନୀ କରୁଥିବା ଦେଖିବାକୁ ମିଳୁଛି। ଲୋକଙ୍କ ପଇସାରେ ସରକାରୀ ବାବୁଙ୍କ ଏଭଳି ଅଏସଗିରି ଉପରେ ସୂଚନା ଅଧିକାର କର୍ମୀ ପ୍ରଶ୍ନଉଠାଇଛନ୍ତି। ତୁରନ୍ତ ଏହାର ଦସ୍ତାବିଜ ସୂଚନା ଅଧିକାର ବଳରେ ମଗାଯାଇ ଲୋକାୟୁକ୍ତ ପାଖରେ ଏ ନେଇ ଅଭିଯୋଗ କରାଯିବ ବୋଲି ସୂଚନାକର୍ମୀ ବିଶିକେଶନ ପ୍ରଧାନ କହିଛନ୍ତି। ବିଡିଓଙ୍କ ଗସ୍ତ ଖର୍ଚ୍ଚ ପାଇଁ ମାସିକ କେତେ ଲିଟର ତେଲ ରହିଛି। ଗତ ୫ ମାସରେ ବିଡିଓ କେଉଁ ଅଞ୍ଚଳକୁ କେତେଥର ଗସ୍ତ କରିଛନ୍ତି ଏବଂ ଆଗୁଆ ଗସ୍ତସୂଚୀ ଦସ୍ତାବିଜ୍‍, ଲଗବୁକ୍‍, କ୍ୟାସବୁକ୍‍ ସବୁର ଖୋଳତାଡ କରାଗଲେ ଏହି ଘଟଣା ପଛର କେଳଙ୍କାରୀ ଲୋକଲୋଚନକୁ ଆସିପାରିବ।

ଖାଲି ସେତିକି ନୁହେଁ କଟକ, ଭୁବନେଶ୍ୱର ମଧ୍ୟ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବାବୁମାନେ ସରକାରୀ ଗାଡିର ଅପବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କୋଭିଡ ସମୟରେ ସରକାରୀ ବାବୁଙ୍କ ଗସ୍ତଖର୍ଚ୍ଚ କାଟ୍‍ ପାଇଁ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ହରଭଙ୍ଗା ବିଡିଓଙ୍କ ଅଏସଗିରି ଉପରେ ରାଜ୍ୟସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି। ଏହା ସହିତ ବିଡିଓ ଅଫିସ କାର୍ଯ୍ୟାଳୟରେ ପ୍ରତିଦିନ କେତେସମୟ ବସୁଛନ୍ତି ତାର ସିସିଟିଭି ଫୁଟେଜ ସହିତ ଗସ୍ତସୂଚୀକୁ ମେଳ କରାଯାଇ ଏହାଉପରେ ତଦନ୍ତ କରାଗଲେ ଅସଲ ଘଟଣା ପଦାକୁ ଆସିପାରିବ ବୋଲି ସାଧାରଣରେ ଦାବୀ ଉଠୁଛି। ଏ ଦିଗରେ ଜିଲ୍ଲାପାଳ ଜଣେ ଅଭିଜ୍ଞ ତଦନ୍ତକାରୀ ଅଫିସର ଦ୍ୱାରା ଘଟଣାର ତଦନ୍ତ କରାଯାଇ ସରକାରୀ ପଇସାର ଅସୁଲ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହରଭଙ୍ଗା ବ୍ଲକର ଜନସାଧାରଣ ଦାବୀ କରୁଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦୃଷ୍ଟିଆକର୍ଷଣ କରିବାରୁ ଏ ଦିଗରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

- Advertisement -

 

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories