ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଧୀରେଧୀରେ ଘଟଣା ଉପରୁ ପରଦା ହଟିବାରେ ଲାଗିଛି । ପୁରୀ ପୁଲିସ ଘଟଣାକୁ ନେଇ ଜୋରଦାର ଦଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ଠାରୁ ସମସ୍ତ ହତ୍ୟା ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ଏନେଇ ପୁରୀ ଏସପି ଦୁଇ ଦୁଇ ଥର ସମାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ପୁଣି ପୁରୀ ପୁଲିସ ହତ୍ୟା ସମ୍ବଦ୍ଧିୟ ଆହୁରି ପ୍ରମାଣ ଯୋଗାଡ଼ କରିବାକୁ ଅଭିଯୁକ୍ତଙ୍କ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ବାବା ମହାପାତ୍ର ଓ ହରି ପଣ୍ଡାଙ୍କୁ ହତ୍ୟାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୁରୀ ପୁଲିସ । ବାରବାଟୀ ଜାଗା ପରିସରକୁ ସେମାନଙ୍କୁ ନେବାସହ ସେମାନଙ୍କ ଠାରୁ ଗୋଟି ଗୋଟି ସଠିକ୍ ତଥ୍ୟ ଆଦାୟ କରିଛି । ଘଟଣାସ୍ଥଳରେ ଅଭିଯୁକ୍ତ ମାନେ ହତ୍ୟାର ଡେମୋ ଦେଖାଇଛନ୍ତି । ଅନ୍ୟପଟେ ଗତକାଲି ପୁରୀ ପୁଲିସ ଅଭିଯୁକ୍ତ କୁନମୁନ ସୁଆର ଓ ଟୁଟୁ ମହାପାତ୍ରଙ୍କୁ ହତ୍ୟାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଥିଲା ।
Popular Categories



