ପରିବାର ସଦସ୍ୟ ହୋଇଥାଆନ୍ତୁ ଅଥବା ପତୀପତ୍ନୀ ସଭିଁଙ୍କ ମଧ୍ୟରେ ଭଲପାଇବା ରହିବା ନିତ୍ୟାନ୍ତ ଆବଶ୍ୟକ। ପରସ୍ପର ମଧ୍ୟରେ ଭଲ ପାଇବା ନଥିଲେ ଜୀବନ ମୂଲ୍ୟହୀନ ଲାଗିଥାଏ। ବିଶ୍ୱାସରେ ସ୍ଥାପିତ ହୋଇଥିବା ସଂପର୍କ ଉପରେ ପ୍ରଭାବ ପଡ଼ିଲେ, ଏହାର ବହୁ ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡ଼ିଥାଏ। ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ଯାହାକୁ ମାନିଲେ ପରସ୍ପର ମଧ୍ୟରେ ସର୍ବଦା ଭଲ ପାଇବା ରହିଥାଏ।
ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ରଖିବା ପାଇଁ ନିଜ ଶୋଇବା କକ୍ଷରେ ଶଙ୍ଖ କିମ୍ବା ଶାମୁକା ରଖନ୍ତୁ। ଦୁଇରୁ ଅଧିକ ମହିଳାଙ୍କ ଫଟୋ ଲଗାନ୍ତୁ ନାହିଁ। ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମ ପଟେ ଶୋଇବା ଉଚିତ। ଗୋଲାପୀ ରଙ୍ଗର ପରଦା ନିଜ କକ୍ଷରେ ଲଗାନ୍ତୁ।
ଗେଣ୍ଡୁଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ।
ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈ ପାଇଁ ଓ ଶେଷ ରୁଟି କୁକୁର ପାଇଁ ନିଶ୍ଚୟ ରଖନ୍ତୁ। ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।
ଶୋଇବା କକ୍ଷରେ ନିଜର ବିଛଣା ଝରକା ଠାରୁ ଦୂରରେ ରହିବା ଉଚିତ। ଏପରି କରିବା ଦ୍ୱାରା ପତୀପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।
ଗୁରୁବାର ଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ।
ଶନିବାର ଦିନ ଆମ୍ବ କିମ୍ବା ଅଶୋକର ପତ୍ରର ତୋରଣ ଶୋଇବା କକ୍ଷରେ ଲଗାନ୍ତୁ। ଏପରି କରିବା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।
ଅଶ୍ୱତ୍ଥ କିମ୍ବା କଦଳୀ ଗଛକୁ ନିୟମିତ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସର୍ବଦା ସୁଖମୟ ହୋଇଥାଏ।
ନିଜ ଜୀବନସାଥିଙ୍କୁ କଷ୍ଟ ଦେବା ଭଳି କାର୍ଯ୍ୟ କରନ୍ତୁ ନାହିଁ।
ଏହି ସହଜ ଉପାୟ ଦ୍ୱାରା ଦାମ୍ପତ୍ୟ ଜୀବନରେ ଭରିଥାଏ ମଧୁରତା
Popular Categories



