ହରଭଙ୍ଗା: ୧୩ବର୍ଷ ତଳର କଥା ବିଦ୍ୟୁତ୍ ଆଘାତରେ ହାତ ଦୁଇଟି ପୋଡିଗଲା। ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ସତ, ମାତ୍ର ବିଦ୍ୟୁତ୍ ଆଘାତରେ ପୋଡିଯାଇଥିବା ଡାହାଣ ହାତଟି କହୁଣି ପାଖରୁ ଅପରେସନ କରି କଟାହେଲା। ବାମ ହାତର ପାପୁଲି, ଆଙ୍ଗୁଠି ସବୁ ବିଦ୍ୟୁତ୍ ଆଘାତରେ ପୋଡି ବଙ୍କା ହୋଇଗଲା। ଜନ୍ମରୁ ଅକର୍ମଣ୍ୟ ହୋଇନଥିଲେ ବି ବାଳକ ଅବସ୍ଥାରେ ବିଦ୍ୟୁତ ଦୁର୍ଘଟଣାରେ ସେ ପାଲଟିଗଲେ ଭିନ୍ନକ୍ଷମ। ଏ ହେଉଛି ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ଭଗାମୁଣ୍ଡା ଗ୍ରାମର ସୁଦର୍ଶନ ସାହୁ(୨୯)ଙ୍କ କାହାଣୀ। ଗରିବ ପରିବାରରେ ତାଙ୍କର ଜନ୍ମ। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସୁଦର୍ଶନଙ୍କ ଭଳି ଜଣେ ଭିନ୍ନକ୍ଷମ ସରକାରଙ୍କ ରାସନକାର୍ଡରୁ ବଂଚିତ ଥିବା ଜଣାପଡ଼ିଛି। ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ପଂଚାୟତ ହାତପାହାନ୍ତାରେ ଥିବା ସୁଦର୍ଶନ ରାସନକାର୍ଡରୁ ବଂଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତୁରନ୍ତ ତାଙ୍କୁ ରାସନକାର୍ଡରେ ସମସ୍ତ ସରକାରୀ ସୁବିଧା ଯୋଗାଇବା ପାଇଁ ସମାଜସେବୀ ଭିକାରୀ ଚରଣ ବାଈ ଦାବୀ କରିଛନ୍ତି।
Popular Categories



