www.samajalive.in
Monday, December 8, 2025
20.1 C
Bhubaneswar

ହାଇଦର ଖସି ପଳାଇବା ଷଡଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏବଂ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଅପରାଧ ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ସ୍ପଷ୍ଟ ପ୍ରମାଣ ମିଳିଛି। ଓଡିଶା ଜେଲ ମାନୁଆଲ ନିୟମ ଅନୁଯାୟୀ, କୈାଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲର ମେଡିକାଲ ଅଫିସର ଓ ଜେଲ ଅଧିକ୍ଷକଙ୍କ ସୁପାରିଶକ୍ରମେ ଜେଲ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବା ଆବଶ୍ୟକ। କଏଦୀଟି ବାହାରେ ରହି ଚିକିତ୍ସିତ ହେଉଥିବାବେଳେ ଜେଲ ବିଭାଗର ଜଣେ ଉଚ୍ଚପଦସ୍ତ ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରିବା ସହ ଏ ସଂପର୍କରେ ପ୍ରତିଦିନ ଏକ ରିପୋର୍ଟ ଜେଲ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ। ମାତ୍ର କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର କ୍ଷେତ୍ରରେ ଜେଲ କତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଜାଣିଶୁଣି ଅବହେଳା ପ୍ରଦର୍ଶନ କରିବା ସହ ଅକ୍ଷମଣୀୟ ଅପରାଧ କରିଛନ୍ତି।ହାଇଦର ଖସିଯିବା ପଛରେ ଗୃହ ବିଭାଗ ରହିଛି ଏବଂ ଏଥିପାଇଁ ରାଜ୍ୟ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ। ମାତ୍ର ବର୍ତମାନ ସୁଦ୍ଧା ଜେଲ୍ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲ୍ ଅଧିକ୍ଷକ ଏବଂ ଜେଲ୍ ଚିକିତ୍ସାଧିକାରୀଙ୍କୁ ଉତରଦାୟୀ କରାନଯିବା ଅତ୍ୟନ୍ତ ଦର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଜେଲ କତୃପକ୍ଷ ଓ ପୋଲିସ ସହାୟତାରେ କୁଷ୍ୟାତ ଅପାରଧୀ ହାଇଦରକୁ ଖସାଇ ଦିଆଗଲା। ତେଲେଙ୍ଗାନା ରାଜ୍ୟ ପୋଲିସ ହାଇଦରକୁ ଧରିଲେ। ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟର ଗୃହବିଭାଗ ପୋଲିସ ଜରିଆରେ ଗଣମାଧ୍ୟମ ସମ୍ମୁଖକୁ ଆସି ଧରିଥିବାର କହି ବାଃ ବାଃ ସାଉଁଟିଲେ ବୋଲି ଡ.ଲେଖାଶ୍ରୀ କହିଛନ୍ତି। ୨-୨ ଥର ଆଜୀବନ କାରାଦଣ୍ଡ ଭୋଗି ସମ୍ବଲପୁର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରଚିକିତ୍ସାର ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା ? ତା ପାଖରେ ମୋବାଇଲ ଫୋନ, ନଗଦ ଟଙ୍କା ଆଦି କେମିତି ରହୁଥିଲା ? ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ରହି ବିରିୟାନୀ କିପରି ଖାଉଥିଲା ? ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ହାଇଦର ପାଖରେ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିଲା, କିନ୍ତୁ ତାର ଯୁବତୀ ବନ୍ଧୁ ଏବଂ ଅନ୍ୟ ଅପରାଧୀ ତତ୍ୱ ସାଙ୍ଗରେ ରହୁଥିଲେ। ଶେଷରେ କେମିତି ଓ କାହା ସହାୟତାରେ ଖସି ପଳାଇବାକୁ ସକ୍ଷମ ହୋଇଥିଲା ? ଏହି ଷଡଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏବଂ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ ବୋଲି ଡ.ଲେଖାଶ୍ରୀ କହିଛନ୍ତି।

- Advertisement -

ଜେଲ୍ ବିଭାଗର ମୁଖ୍ୟ ହେଲେ ଗୃୃହମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ।ରାଜ୍ୟ ଜେଲ ମହାନିର୍ଦ୍ଦେଶକ, ସମ୍ବଲପୁର ଜେଲ ଅଧିକ୍ଷକ ଓ ଜେଲ ଚିକିତ୍ସାଧିକାରୀ ଏବଂ ସହଯୋଗ କରିଥିବା ପୋଲିସ ଅଧିକାରୀଙ୍କୁ ତଦନ୍ତ କରାଯିବା ସହ ଉଚିତ୍ ଦଣ୍ଡବିଧାନ ପ୍ରଦାନ ନିହାତି ଆବଶ୍ୟକ। ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଷକତା ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି।

ରାଜ୍ୟରେ ଥିବା ସମସ୍ତ ୯୧ଟି ଜେଲରେ ଥିବା କୁଖ୍ୟାତ ଓ ଦୁର୍ଦ୍ଦାନ୍ତ କଏଦୀମାନେ ବିଳାସମୟ ଜୀବନଯାପନ ବିତାଇବା ସହ ଜେଲ କତୃପକ୍ଷଙ୍କ ସହାୟତା ଏବଂ ପ୍ରୋତ୍ସାହନ ପାଇ ନିର୍ଭୟରେ ନିଜ ନିଜ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି। ଏଭଳି ଘଟଣାରେ ରାଜ୍ୟ ସରକାର ତୁରନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସମସ୍ତ ୯୧ଟି ଜେଲରେ ପରିସ୍ଥିତି କଣ ଅଛି, ତାର ଏକ ରିପୋଟ ଶ୍ୱେତପତ୍ର ଜରିଆରେ ପ୍ରକାଶ କରିବା ପଇଁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories