www.samajalive.in
Sunday, December 7, 2025
15.1 C
Bhubaneswar

‘ଆରୋଗ୍ୟ ସେତୁ’ର ୯ କୋଟି ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରତି ବିପଦ ଥିବା ହ୍ୟାକର୍ସଙ୍କ ଚେତାବନୀ; ସରକାରଙ୍କ ଦାବି- ତଥ୍ୟ ସୁରକ୍ଷିତ ରହିଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଟ୍ରାକ୍‌ କରିବା ଲାଗି ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ମୋବାଇଲ୍‌ ଆପ୍‌କୁ ଏକ ମାସ ମଧ୍ୟରେ ୯ କୋଟିରୁ ଅଧିକ ଲୋକ ଡାଉନଲୋଡ୍‌ କରିସାରିଛନ୍ତି। କିନ୍ତୁ ଏହା ମଧ୍ୟରେ ଏହି ଆପ୍‌ର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରାନ୍ସର ଏଥିକାଲ ହ୍ୟାକର ଏଲିଅଟ ଏଲ୍ଡରସନ୍‌ ଟ୍ବିଟ୍‌ କରି ଆପ୍‌ର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ବୋଲି କହିଛନ୍ତି। ତେବେ ଏହା ଉପରେ ବୁଧବାର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆରୋଗ୍ୟ ସେତୁ ଆପ୍‌ ଟିମ୍‌ ଏଲିଅଟଙ୍କ ଟ୍ବିଟ୍‌ର ଜବାବ ଦେଇ ସ୍ପଷ୍ଟ କରିଛି ଯେ, ବ୍ୟବହାରକାରୀଙ୍କ ତଥ୍ୟ ମୋବାଇଲ୍‌ ଆପ୍‌ରେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଆରୋଗ୍ୟ ସେତୁ ଆପ୍‌ ଟିମ୍‌ ଆହୁରି କହିଛି, ଆପ୍‌ରେ ତଥ୍ୟ ଚୋରି ହେବାର ବିପଦ ବହୁତ କମ୍‌। ଆମେ ଆପ୍‌ର ସୁରକ୍ଷାକୁ ନେଇ ଅନେକ ହ୍ୟାକର୍ସଙ୍କ ସହିତ ଆଲୋଚନା କରିଛୁ। ଏହାଦ୍ବାରା ଆମେ ଜାଣିବାକୁ ପାଇଛୁ ଯେ ଏହି ଆପ୍‌ର ସୁରକ୍ଷାକୁ କୌଣସି ହ୍ୟାକର୍ସ ସହଜରେ ଭେଦି ପାରିବେ ନାହିଁ।

କ’ଣ କହିଥିଲେ ହ୍ୟାକର୍ସ ?

- Advertisement -

ଏଲିଅଟ ଏଲ୍ଡରସନ୍‌ ଆରୋଗ୍ୟ ସେତୁ ଆପ୍‌ ଟିମ୍‌ ଉଦ୍ଦେଶ୍ୟରେ ଟ୍ବିଟ୍‌ କରି କହିଥିଲେ, ଆରୋଗ୍ୟ ସେତୁ ମୋବାଇଲ ଆପ୍‌ରେ ସୁରକ୍ଷା ସମ୍ବନ୍ଧୀୟ କିଛି ତ୍ରୁଟି ରହିଛି, ଯାହା ଦ୍ବାରା ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରାଯାଇ ପାରିବ। ଫଳରେ ୯ କୋଟି ଲୋକଙ୍କ ଗୋପନୀୟତା ଉପରେ ବିପଦ ରହିଛି। ଆପଣ ମୋ ସହିତ ପୃଥକ ଭାବେ କଥା ହୋଇପାରିବେ କି?

ହ୍ୟାକର୍ସଙ୍କ ପ୍ରଶ୍ନରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜଣେ ସାଇବର ଏକ୍ସପର୍ଟ ବା ଏଥିକାଲ ହ୍ୟାକର୍‌ ଆମକୁ ଏ ସମ୍ପର୍କରେ ସତର୍କ କରାଇଥିଲେ। ଆମେ ହ୍ୟାକର୍ସଙ୍କ ସହିତ ୨/୪ଟି ପ୍ରସଙ୍ଗରେ ଆଲୋଚନା କରିଛୁ।

ଆପ୍‌ ଦ୍ବାରା ବ୍ୟବହାରକାରୀଙ୍କ ଲୋକେଶନ ଜଣାପଡ଼ିଥାଏ। ଏହା ସମସ୍ୟା ସୃଷ୍ଟି କରିବ ବୋଲି ହ୍ୟାକର୍ସ ଭାବୁଛନ୍ତି। କିନ୍ତୁ ଆପ୍‌ ଟିମ୍‌ କହିଛି ଆପ୍‌ର ଡିଜାଇନ ଏହିଭଳି ହୋଇଛି। ଏ ସମ୍ପର୍କରେ ପ୍ରାଇଭେସି ପଲିସିରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସମସ୍ତଙ୍କ ଫାଇଦା ପାଇଁ ଏହାକୁ ବ୍ୟବହାର କରାଯାଉଛି। ବ୍ୟବହାରକାରୀଙ୍କ ଲୋକେଶନ ସର୍ଭରରେ ସୁରକ୍ଷିତ ଭାବେ ଷ୍ଟୋର୍‌ କରାଯାଇଥାଏ।

ତେବେ ସରକାରଙ୍କ ଜବାବରେ ଏଥିକାଲ ହ୍ୟାକର୍ସ ସନ୍ତୁଷ୍ଟ ନୁହନ୍ତି। ଏହି ହ୍ୟାକର ଆରୋଗ୍ୟ ସେତୁ ଆପ୍‌ ଟିମ୍‌ର ଜବାବରେ କହିଛନ୍ତି, ମୁଁ ଆପଣଙ୍କ ସହିତ ପୁଣି ଥରେ ଏ ବିଷୟରେ କଥା ହେବି। କିନ୍ତୁ ସେ ଆପ୍‌ର ଲୋକେଶନ ବିଷୟରେ ଦୁଇଘଣ୍ଟା ପରେ ପୁଣି ଥରେ ସରକାରଙ୍କ ପ୍ରଶ୍ନ କରିଥିଲେ ଯେ, ଆପଣ ଜାଣନ୍ତି କି ତ୍ରିକୋଣଭୂମି କ’ଣ?

ଏଥିକାଲ ହ୍ୟାକର କିଏ ?

ଏଥିକାଲ ହ୍ୟାକର ହେଉଛନ୍ତି ଏକପ୍ରକାର ସାଇବର ସିକ୍ୟୁରିଟି ଏକ୍ସପର୍ଟ। ଏଥିକାଲ ହ୍ୟାକର ଅଙ୍କିତ ପାଣ୍ଡ୍ୟା କୁହନ୍ତି ଯେ, ହ୍ୟାକିଂ ଉପରେ ଏବେ ବି ନକାରାତ୍ମକ ଟ୍ୟାଗ୍‌ ରହିଛି, ଯେତେବେଳେ କି ଏହାର ବ୍ୟବହାର ଏବେ ତଥ୍ୟର ସୁରକ୍ଷାରେ ଅଧିକ ବ୍ୟବହାର ହେଉଛି। କମ୍ପାନୀଗୁଡ଼ିକ ହ୍ୟାକିଂରେ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରିଥାନ୍ତି, କାରଣ ଏଭଳି ଲୋକେ ଜାଣିଥାନ୍ତି ତଥ୍ୟକୁ କିପରି ହ୍ୟାକ୍‌ କରାଯାଇ ପାରିବ। ଏଥିପାଇଁ ସେମାନେ ହିଁ ଅଧିକ ଭଲ ଭାବେ ତଥ୍ୟକୁ ସୁରକ୍ଷିତ ରଖିପାରନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories