www.samajalive.in
Sunday, December 7, 2025
15.1 C
Bhubaneswar

ସାବଧାନ.. ଶରୀରକୁ ରୋଗର ଘର କରେ ଏହି ସବୁ ଅଭ୍ୟାସ

ମନୁଷ୍ୟ ଦୀର୍ଘ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାଆନ୍ତି ମାତ୍ର ନିଜର ବଦଅଭ୍ୟାସକୁ ନିଜ ଠାରୁ ଦୂର କରି ନଥାଆନ୍ତି। ସେଭଳି କେତେକ ଅଭ୍ୟାସ ରହିଛି, ଯାହା ଅଧିକାଂଶଙ୍କ ନିକଟରେ ଦେଖାଯାଏ। ଏସବୁ ଅଭ୍ୟାସ ବହୁତ କ୍ଷତି କରିଥାଏ। ମାତ୍ର ଲୋକେ ଏଥିପ୍ରତି ଧ୍ୟାନ ଦେଇ ନଥାଆନ୍ତି। ଯାଦ୍ୱାରା ସେମାନେ ସମୟ ପୂର୍ବରୁ ହିଁ ବୟସ୍କ ହେବାକୁ ଆରମ୍ଭ କରନ୍ତି। ଅର୍ଥାତ ବୟସ ଅଧିକ ହେଲେ ଯେଉଁ ସମସ୍ୟା ସାଧାରଣତଃ ଦେଖାଯାଏ,ଏହି ଅଭ୍ୟାସ କାରଣରୁ ତାହା କମ ବୟସରେ ସୃଷ୍ଟି ହୋଇଥାଏ। ଅନେକ ସମୟରେ ମାରାତ୍ମକ ରୋଗର ମଧ୍ୟ ଶିକାର ହେବାକୁ ପଡିଥାଏ। ଅନେକ ସମୟରେ ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିଥାଏ। ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ..
ବର୍ତ୍ତମାନ ସମୟରେ ଅଧିକାଂଶ ସ୍ମାର୍ଟ ଫୋନ୍‌‌ ଓ ଇଣ୍ଟରନେଟ୍‌‌ ଯୁଗରେ ସଭିଏଁ ଖୁବ କମ୍‌‌ ସମୟ ନିଦରେ ଶୋଉଛନ୍ତି। ଅଧିକାଂଶ ସଠିକ ସମୟରେ ଶୋଉ ନାହାନ୍ତି କି ସଠିକ୍‌‌ ସମୟରେ ସକାଳେ ଉଠୁ ନାହାନ୍ତି। ଶୋଇବା ପାଇଁ ନିର୍ଦ୍ଦିଷ୍ଟ ସମୟ ରଖୁ ନାହାନ୍ତି। ପ୍ରଥମେ କମ୍‌‌ ସମୟ ଶୋଉଥିବା ବ୍ୟକ୍ତିଙ୍କର କ୍ଷତି ହୋଇନଥାଏ ମାତ୍ର ଧିରେ ଧିରେ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ। ତେଣୁ ଶରୀରକୁ ଆରାମ ମିଳିବା ନିତାନ୍ତ ଜରୁରୀ। ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ନିଶ୍ଚୟ ଶୁଅନ୍ତୁ। ରାତିରେ ୮ ଘଣ୍ଟା ଶୋଇବା ନିତାନ୍ତ ଆବଶ୍ୟକ।
ସୁସ୍ଥ ରହିବା ପାଇଁ ନିଜ ଖାଦ୍ୟରେ କେମିକାଲ ଓ ଛଣାଛଣି ଜିନିଷ ଖୁବ କମ ମାତ୍ରାରେ ସାମିଲ କରନ୍ତୁ। ଏସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ। ବର୍ତ୍ତମାନ ସମୟରେ ବଜାରରେ ପ୍ୟାକେଟ୍‌‌ରେ ମିଳୁଥିବା ଅନେକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ। ନିଜକୁ ଯୁବା ରଖିବାକୁ ଚାହୁଁ ଥିଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ନିଜ ଦୈନନ୍ଦିନ ଖାଦ୍ୟରେ ଫଳ, ସବୁଜ ପନିପରିବା ନିଶ୍ଚୟ ସାମିଲ କରନ୍ତୁ। ଅଧିକ ମାତ୍ରାରେ ଆମିଷ ସେବନ କରନ୍ତୁ ନାହିଁ।
ଅଧିକାଂଶ ଲୋକେ ନିଶାଦ୍ରବ୍ୟ ସେବନ କରି ଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ମାରାତ୍ମକ ରୋଗ ସୃଷ୍ଟିର କାରଣ ପାଲଟିଥାଏ। ଏହା ବୟସ ପୂର୍ବରୁ ବୟସ୍କ କରି ଦେଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories