ଗୁଡଭେଲା : ତୁଷୁରା ଥାନା ବ୍ଳକ ଅନ୍ତର୍ଗତ ଚାଣ୍ଟିପଦର ଶିବ ମନ୍ଦିର ପାଖରେ ଥିବା ବୁଲାଣିରେ ଏକ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣେ ତୁଷୁରା ସହରର ହୋଇଥିବାବେଳେ ଅନ୍ୟ ଜଣେ ସଇନ୍ତଳା ଥାନ ଅନ୍ତର୍ଗତ ନିଆକାନିର ଗାଁର। ସେମାନେ ପରିବାର ସହ ବିପରୀତ ଦିଗରୁ ଆସୁଥିବାବେଳେ ଦୁର୍ଘଟଣା ଘଟିଛି। ଖବର ପାଇବା ପରେ ତୁଷୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ବଲାଙ୍ଗିର ସ୍ଥିତ ଭିମ ଭୋଇ ଡାକ୍ତରଖାନାକୁ ପଠାଯାଇଥିଲା । ଏନେଇ ତୁଷୁରା ପୁଲିସ ପକ୍ଷରୁ ସୂଚନା ମିଲିଛି ।
Popular Categories



