www.samajalive.in
Sunday, December 7, 2025
13.1 C
Bhubaneswar

ଜିଏସଟି ପରିଷଦ ବୈଠକ : ବିଳମ୍ବିତ ରିଟର୍ଣ୍ଣ ଫାଇଲିଂ ପାଇଁ ଶୁଳ୍କ ହ୍ରାସ

ନୂଆଦିଲ୍ଲୀ :  ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଏସଟି ପରିଷଦର ୪୦ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଅର୍ଥମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ଆଇନ ଏବଂ ପ୍ରକ୍ରିୟାଗତ ପରିବର୍ତ୍ତନ ଉପରେ ଜିଏସଟି ପରିଷଦ ଏହିସବୁ ସୁପାରିସ କରିଛନ୍ତି।
୧. ବାଣିଜ୍ୟ ସୁବିଧା ପାଇଁ ପଦକ୍ଷେପ :
କ. ଅତୀତ ରିଟର୍ଣ୍ଣ ପାଇଁ ବିଳମ୍ବିତ ଶୁଳ୍କ ହ୍ରାସ :
ବିଳମ୍ବିତ ହୋଇ ପଡ଼ି ରହିଥିବା ରିଟର୍ଣ୍ଣ ଫାଇଲିଂକୁ ପୂରଣ କରିବା ଦିଗରେ ପଦକ୍ଷେପ ସ୍ବରୂପ, ଜୁଲାଇ, ୨୦୧୭ରୁ ଜାନୁଆରୀ ୨୦୨୦ ପର୍ୟ୍ୟନ୍ତ ଟିକସ ଅବଧି ପାଇଁ ଫର୍ମ ଜିଏସଟିଆର-୩ ବି ଦାଖଲ ନକରିବା ଜନିତ ବିଳମ୍ବିତ ଶୁଳ୍କ ପରିମାଣକୁ ନିମ୍ନ ପ୍ରକାରରେ ହ୍ରାସ/ଛାଡ଼ କରାଯାଇଛି:-
କୌଣସି ଟିକସ ଦେୟତା ନଥିଲେ ‘ଶୂନ୍ୟ’ ବିଳମ୍ବିତ ଶୁଳ୍କ ସୁବିଧା;
ବା କୌଣସି ଟିକସ ଦେୟ ଥିଲେ ପ୍ରତ୍ୟେକ ରିଟର୍ଣ୍ଣ ପାଇଁ ସର୍ବାଧିକ ୫୦୦ ଟଙ୍କାର ବିଳମ୍ବିତ ଶୁଳ୍କ ।
୦୧.୦୭.୨୦୨୦ ରୁ ୩୦.୦୯.୨୦୨୦ ପର୍ଯ୍ୟନ୍ତ ଦାଖଲ କରାଯିବାକୁ ଥିବା ସମସ୍ତ ଜିଏସଟିଆର-୩ ବି ରିଟର୍ଣ୍ଣ ପାଇଁ ହ୍ରାସ ପାଇଥିବା ବିଳମ୍ବିତ ଶୁଳ୍କ ଲାଗୁ ହେବ।
୨. ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ ୨୦୨୦ ଟିକସ ଅବଧି ପାଇଁ ବିଳମ୍ବିତ ରିଟର୍ଣ୍ଣ ଦାଖଲ ପାଇଁ କ୍ଷୁଦ୍ର ଟିକସଦାତାମାନଙ୍କୁ ଅଧିକ ରିହାତି :
କ୍ଷୁଦ୍ର ଟିକସଦାତା (ହାରାହାରି ୫ କୋଟି ଟଙ୍କାର କାରବାର)ଙ୍କ ପାଇଁ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ୨୦୨୦ରେ ହୋଇଥିବା ଯୋଗାଣ ନିମନ୍ତେ ନିର୍ଦ୍ଧାରିତ ତାରିଖ (ଜୁଲାଇ ୬, ୨୦୨୦ ପର୍ୟ୍ୟନ୍ତ)କୁ ବାଦ ଦେଇ ବିଳମ୍ବିତ ରିଟର୍ଣ୍ଣ ଦାଖଲର ବାର୍ଷିକ ସୁଧ ଦର ୩୦.୯.୨୦୨୦ ପର୍ୟ୍ୟନ୍ତ ୧୮ ପ୍ରତିଶତରୁ ୯ ପ୍ରତିଶତକୁ ହ୍ରାସ କରି ଦିଆଯାଇଛି । ଅନ୍ୟ ଅର୍ଥରେ କହିବାକୁ ଗଲେ, ଏସବୁ ମାସ ପାଇଁ କ୍ଷୁଦ୍ର ଟିକସଦାତାମାନେ ରିହାତିର ଅଧିସୂଚିତ ତାରିଖ (୬ ଜୁଲାଇ ୨୦୨୦) ପର୍ୟ୍ୟନ୍ତ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ଏବଂ ଏହାପରେ ୩୦.୦୯.୨୦୨୦ ପର୍ୟ୍ୟନ୍ତ ୯ ପ୍ରତିଶତ ହାରରେ ସୁଧ ଲାଗୁ ହେବ।
୩. ପରବର୍ତ୍ତୀ ଟିକସ ଅବଧି (ମେ, ଜୁନ ଏବଂ ଜୁଲାଇ ୨୦୨୦) ପର୍ଯ୍ୟନ୍ତ କ୍ଷୁଦ୍ର ଟିକସଦାତାଙ୍କ ପାଇଁ ରିହାତି :
କୋଭିଡ-୧୯ ମହାମାରୀ ପରିସ୍ଥିତିକୁ ଆଖି ଆଗରେ ରଖି ୫ କୋଟି ଟଙ୍କା ପର୍ୟ୍ୟନ୍ତ କାରବାର ଥିବା କ୍ଷୁଦ୍ର ଟିକସଦାତାମାନଙ୍କ ପାଇଁ ଆହୁରି ଏକ ରିହାତି ଦିଆଯିବାକୁ ଘୋଷଣା କରାଯାଇଛି। ଯଦି ଏମାନେ ମେ, ଜୁନ, ଜୁଲାଇ, ୨୦୨୦ ମାସରେ ହୋଇଥିବା ଯୋଗାଣର ରିଟର୍ଣ୍ଣ ସେପ୍ଟେମ୍ବର ୨୦୨୦ ସୁଦ୍ଧା ଦାଖଲ କରିସାରିଛନ୍ତି ତା’ହେଲେ ତାଙ୍କ ପାଇଁ ବିଳମ୍ବିତ ଶୁଳ୍କ ଏବଂ ସୁଧ ଛାଡ଼ କରାଯିବ।
୪. ପଞ୍ଜୀକରଣ ବାତିଲ ପ୍ରତ୍ୟାହାର ଚାହୁଁଥିବା ଟିକସଦାତାଙ୍କ ପାଇଁ ଏକକାଳିନ ଅବଧି ସମ୍ପ୍ରସାରଣ ସୁବିଧା :
ନିଜର ବାତିଲ ହୋଇଥିବା ଜିଏସଟି ପଞ୍ଜୀକରଣ ପାଇପାରିନଥିବା ଟିକସଦାତାମାନଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ୩୦.୦୯.୨୦୨୦ ପର୍ୟ୍ୟନ୍ତ ପଞ୍ଜୀକରଣ ବାତିଲ ପ୍ରତ୍ୟାହାର ନିମନ୍ତେ ଆବେଦନପତ୍ର ଦାଖଲ କରାଯିବାର ସୁବିଧା ଦିଆଯିବ। ୧୨.୦୬.୨୦୨୦ ପର୍ୟ୍ୟନ୍ତ ପଞ୍ଜୀକରଣ ବାତିଲ ହୋଇଥିବା ସମସ୍ତ ମାମଲାରେ ଏହି ସୁବିଧା ପ୍ରଦାନ କରାଯିବ।
ସିଜିଏସଟି ଆଇନ ୨୦୧୭ ଏବଂ ଆଇଜିଏସଟି ଆଇନ ୨୦୧୭ରେ ସଂଶୋଧନ ଆଣିବା ଲାଗି ଅର୍ଥ ଆଇନ ୨୦୨୦ର କେତେକ ଧାରାକୁ ୩୦.୦୬.୨୦୨୦ ଠାରୁ ଲାଗୁ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories