www.samajalive.in
Monday, December 8, 2025
27.1 C
Bhubaneswar

ପରିସମ୍ପତ୍ତି ମୁଦ୍ରିକରଣରୁ ସରକାରଙ୍କର ୫ ବର୍ଷ ମଧ୍ୟରେ ୭୦,୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାୱାରଗ୍ରିଡ, ଜାତୀୟ ତାପଜ ଶକ୍ତି ନିଗମ (ଏନଟିପିସି), ଗ୍ରାମାଞ୍ଚଳ ବିଦ୍ୟୁତିକରଣ ନିଗମ (ଆରଇସି) ଆଦିରୁ ପରିସମ୍ପତ୍ତି ମୁଦ୍ରିକରଣ ଜରିଆରେ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ୭୦,୦୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ୫୦ ପ୍ରତିଶତ ପାଣ୍ଠି ରାଜ୍ୟଗୁଡିକର ପରିବହନ ଓ ବିତରଣ ଭିତ୍ତିଭୂମି ସୁଦୃଢ କରିବା ଦିଗରେ ଯୋଗାଇ ଦିଆଯିବା ଆଶା କରାଯାଉଛି। ଏକ ସୂତ୍ରରୁ ଜଣାଯାଇଛି ଯେ ଦେଶରେ ଆନ୍ତଃରାଜ୍ୟ ପରିବହନ, ଉପ ପରିବହନ ଏବଂ ବିତରଣ ନେଟୱର୍କ କ୍ଷେତ୍ରରେ ଆଶାନୁରପ ପୁଞ୍ଜିନିବେଶ କରାଯାଇଛିନାହିଁ। ଯଦ୍ଦ୍ୱାରା ବିଦୁୃ୍ୟତ କ୍ଷେତ୍ରରେ ବିପୁଳ ପରିମାଣର ବୈଷୟିକ କ୍ଷତି ଘଟୁଛି ଏବଂ ଶକ୍ତି ଅପଚୟ ହେଉଛି।

ଭାରତରେ ଶକ୍ତି ବିତରଣ କ୍ଷେତ୍ରର ପୁନରୁଦ୍ଧାର ନିମନ୍ତେ ଶକ୍ତି ବିତରଣକାରୀ କମ୍ପାନୀଗୁଡିକ ନିମନ୍ତେ ପ୍ରସ୍ତୁତ ୩.୦୩ ଲକ୍ଷ କୋଟି ଟଙ୍କାର ସଂସ୍କାର ଯୋଜନା ବ୍ୟତୀତ ଏହି ପୁଞ୍ଜିନିବେଶ ନିମନ୍ତେ ପ୍ରସ୍ତାବ ରଖାଯାଇଛି। ଚଳିତ ବର୍ଷ ଜୁନ୍‍ ମାସରେ କେନ୍ଦ୍ର କ୍ୟାବିନେଟ ୩.୦୩ ଲକ୍ଷ କୋଟି ଟଙ୍କାର ପ୍ରଦର୍ଶନ ସଂଯୁକ୍ତ ଶକ୍ତି ବିତରଣ ଯୋଜନାକୁ ସବୁଜ ସଙ୍କେତ ଦେଇଥିଲେ। ଯାହା ଅଧୀନରେ ରାଜ୍ୟ ଶକ୍ତି ବିତରଣକାରୀ କମ୍ପାନୀଗୁଡିକ ଯଦି ପୂର୍ବ ଆର୍ଥିକ ବର୍ଷ ନିମନ୍ତେ ସହମତ ହୋଇଥିବା ଲକ୍ଷ୍ୟ ହାସଲ କରନ୍ତି ତେବେ ତାଙ୍କୁ ପ୍ରତିବର୍ଷ ଅନୁଦାନ ପ୍ରଦାନ କରାଯିବ। ଏହି ସୂତ୍ର ଅନୁଯାୟୀ ରାଜ୍ୟ ସ୍ତରରେ ବିତରଣ କ୍ଷତି ଯଦି ହାରାହାରି ୩% ରହେ, ତେବେ ୩୩ କେଭି (କିଲୋଭୋଲ୍ଟ) କ୍ଷେତ୍ରରେ ତାହା ୯ରୁ ୧୦% ହେବ। ରାଜ୍ୟଗୁଡିକ ପକ୍ଷରୁ ଆନ୍ତଃରାଜ୍ୟ ଶକ୍ତି ପରିବହନ ଏବଂ ବିତରଣ ନେଟୱର୍କ ନିର୍ମାଣ, ସେଗୁଡିକୁ ସୁଦୃଢ କରିବା ଏବଂ ଉନ୍ନତିସାଧନ ଉପରେ କଦାପି ଗୁରୁତ୍ୱ ଦିଆଯାଇନାହିଁ। କେବଳ ଶକ୍ତି ଉତ୍ପାଦନ ଏବଂ ରାଜ୍ୟ ମଧ୍ୟରେ ପରିବହନ ବ୍ୟବସ୍ଥାରେ ନିବେଶ କରାଯାଉଛି। କିନ୍ତୁ ଶେଷ ମାଇଲ ପର୍ଯ୍ୟନ୍ତ ସଂଯୋଗ ପହଞ୍ଚି ନପାରିଲେ ସମସ୍ତ ଉଦ୍ୟମ ବୃଥା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories