www.samajalive.in
Tuesday, December 9, 2025
17.1 C
Bhubaneswar

ଦେଶରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଡାଟା ସୁରକ୍ଷା ଆଇନ : ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ : ସରକାର ଦେଶରେ ଖୁବଶୀଘ୍ର ଏକ ଡାଟା ବା ତଥ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ଏବଂ ସଂସଦର ଏକ ସିଲେକ୍ଟ କମିଟି ଏ ସଂପର୍କରେ ପରୀକ୍ଷା ନିରୀକ୍ଷା କରୁଛି। ଡାଟା ବା ତଥ୍ୟ ର ସାର୍ବଭୌମତ୍ୱ ଉପରେ ସରକାର କେବେ ବି ସାଲିସ୍‍ କରିବେ ନାହିଁ ବୋଲି ଆଇନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଭାରତ କେବେ ବି ତଥ୍ୟ ସାମ୍ରାଜ୍ୟବାଦକୁ ବରଦାସ୍ତ କରିବ ନାହିଁ, ନାଗରିକମାନଙ୍କର ତଥ୍ୟ ସମୁଦାୟ ଓ ଦେଶର ବୋଲି ସେ ସ୍ପଷ୍ଟ କରିଛନ୍ତି।

ତାଙ୍କ ପିତା ଠାକୁର ପ୍ରସାଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ ସମାରୋହକୁ ଭର୍ଚୁଆଲ୍‍ ସମ୍ବୋଧନ କରି ସେ କହିଛନ୍ତି, କରୋନା ଭୂତାଣୁ ଜନିତ ମହାମାରୀ, କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଆଣିଦେଇଛି। ଯେବେଠାରୁ ଭାରତୀୟ ଅଦାଲତଗୁଡ଼ିକରେ ଭର୍ଚୁଆଲ ଶୁଣାଣି ଆରମ୍ଭ ହୋଇଛି, ସେହି ସମୟ ମଧ୍ୟରେ ଉଚ୍ଚ ନ୍ୟାୟାଳୟଗୁଡ଼ିକ ୭୫ ହଜାରରୁ ଅଧିକ ମାମଲାର ବିଚାର କରିଛନ୍ତି। ସେହିପରି ନିମ୍ନ ଅଦାଲତଗୁଡ଼ିକରେ ୭ଲକ୍ଷ ୩୪ ହଜାରରୁ ଅଧିକ ମାମଲାର ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ ୭ ହଜାର ୮୦୦ ମାମଲାର ଶୁଣାଣି କରିଛନ୍ତି। ଡିଜିଟାଲ୍‍ ବିତରଣ ସେବା ଦେଶକୁ ସଶକ୍ତ କରୁଥିବାବେଳେ ଡାଟାର ଗୋପନୀୟତାକୁ ନେଇ ସେ ସମସ୍ତଙ୍କୁ ସତର୍କ କରାଇ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories