www.samajalive.in
Sunday, December 7, 2025
16.1 C
Bhubaneswar

‘ଶୂନ’ ଫଳାଫଳ କରିଥିବା ଶିକ୍ଷାନୁଷ୍ଠାନକୁ ସରକାରଙ୍କ ନୋଟିସ

ଭୁବନେଶ୍ଵର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ‘ଶୂନ’ ଫଳ ପ୍ରଦର୍ଶନ କରିଥିବା ୧୫ ଶିକ୍ଷାନୁଷ୍ଠାନକୁ ନୋଟିସ ଜାରି କରିଛନ୍ତି ସରକାର । କାହିଁ କଲେଜକୁ ଦିଆଯାଇଥିବା ସ୍ବୀକୃତି ପ୍ରତ୍ୟାହାର କରା ନ ଯିବ ସେ ସମ୍ପର୍କରେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଭାଗୀୟ ନିର୍ଦେଶକ ଚିଠି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଗତକାଲି  ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଏଥିରେ ଭଦ୍ରକ ଜିଲାର ନୟନମଣି ୱିମେନ୍ ହାୟର ସେକେଣ୍ଡାରୀ ସ୍କୁଲ, ବଲାଙ୍ଗୀର ଜିଲାର ସୁଶ୍ରୀ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଚୂଡ଼ାପାଲିସ୍ଥିତ ସରକାରୀ (ଏସଏସଡ଼ି) ହାୟର ସେକେଣ୍ଡାରୀ ସ୍କୁଲ, ସୋନପୁରସ୍ଥିତ ପଦ୍ମିନୀ ଦେବୀ ହାୟର ସେକେଣ୍ଡାରୀ ସ୍କୁଲ, ଗଞ୍ଜାମର କୃଷ୍ଣ ଇଣ୍ଟରନେସନାଲ ରେସିଡ଼େନ୍ସିଆଲ ସ୍କୁଲ, ବୃନ୍ଦାବନ ପାଣ୍ଡି ୱିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କୋଦଳାର ଏସ୍ଆରବିଡ଼ି  ଆବାସିକ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କଳାହାଣ୍ଡି ଜିଲାର ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ (ଗରଗବ), ମୟୂରଭଞ୍ଜ ଜିଲାର ୨ଟି ସ୍କୁଲ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ଉଦଳାର ବ୍ରିଲିଆନ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଫୁଲବାଣୀର କେ.ବି.ଏଚ୍ ରେସିଡ଼େନ୍ସିଆଲ ସ୍କୁଲ, ଖୋର୍ଧା ଜିଲା ପଟିଆର ସୁବାସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ପୁରୀର ଭିଜନ ରେସିଡ଼େନ୍ସିଆଲ ସ୍କୁଲ, ଝାରସୁଗୁଡ଼ା ଜିଲା କୁମାରବନ୍ଧର ପଞ୍ଚାୟତ ଆଞ୍ଚଳିକ ହାୟର ସେକେଣ୍ଡାରୀ ସ୍କୁଲ, ସୁନ୍ଦରଗଡ଼ ଜିଲା ଗୋବରାର ଆରଆଇଟି ହାୟର ସେକେଣ୍ଡାରୀ ସ୍କୁଲର ଫଳାଫଳ ଶୂନ ରହିଥିଲା । ଏହି ସ୍କୁଲଗୁଡ଼ିକର ଜଣେ ବି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ଥିଲେ । ତେଣୁ ଏହାକୁ ନେଇ ସରକାର ଅସନ୍ତୋଷ ପ୍ରକାଶ କରିବା ସହ ଲିଖିତ ଭାବରେ ଏହାର ଉତ୍ତର ୭ ଦିନ ମଧ୍ୟ​‌ରେ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories