www.samajalive.in
Tuesday, December 9, 2025
16.1 C
Bhubaneswar

ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ। ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡ଼ା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସର୍ବନିମ୍ନ ସୀମାର ଯାତ୍ରା ଉପରେ ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରିଛି। ଏ ନେଇ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି।

ଆସନ୍ତା ୧ ତାରିଖରୁ ବର୍ଦ୍ଧିତ ଭଡ଼ା ଲାଗୁ କରାଯିବ। ତେବେ ଉଚ୍ଚ ସୀମାର ଯାତ୍ରା ଭଡ଼ା ଅପରିବର୍ତ୍ତିତ ରହିଛି। କରୋନାର ୨ୟ ତରଙ୍ଗରେ ବିମାନ କମ୍ପାନୀଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

- Advertisement -

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଦେଶନାମା ଅନୁସାରେ, ୪୦ ମିନିଟର ବିମାନ ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ପୂର୍ବ ଭଡ଼ା ତୁଳନାରେ ୧୩ ପ୍ରତିଶତ ଅଧିକ। ସେହିପରି ୪୦ରୁ ୬୦ ମିନିଟର ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୯୦୦ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories