www.samajalive.in
Monday, December 8, 2025
27.1 C
Bhubaneswar

ଦେଶ ଜନସଂଖ୍ୟାର ୩୦% କୋଭିଡ଼-୧୯ ସଂକ୍ରମିତ; ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡ଼ି

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କରୋନା ମହାମାରୀ ଦେଶରେ ଶିଖର (କ୍ଲାଇମାକ୍ସ)ରେ ପହଞ୍ଚିଛି ଏବଂ ସରକାର ଯଦି ମହାମାରୀକୁ ନେଇ କଠୋର ମନୋଭାବ ପୋଷଣ କରନ୍ତି ଓ କରୋନା ସଂକ୍ରାନ୍ତ ସମସ୍ତ କଟକଣା ଲୋକମାନେ ପାଳନ କରନ୍ତି ତେବେ ଫେବ୍ରୁଆରୀ ୨୦୨୧ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ବୈଜ୍ଞାନିକ ଓ ଡ଼ାକ୍ତରମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲ ଏହି ମତ ଦେଇଛି । କେବଳ ସେତିକି ନୁହେଁ, ଦେଶର ୩୦% ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏବଂ ସେମାନଙ୍କ ଦେହରେ କରୋନାକୁ ମୁକାବିଲା କରିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ବୋଲି ଏହି ପ୍ୟାନେଲ ମତ ଦେଇଛି ।

କରୋନା ସଂକ୍ରମଣ ସଂକ୍ରାନ୍ତ ଅଧ୍ୟୟନ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମେ ମାସରେ ଏକ ପ୍ୟାନେଲ୍ ଗଠନ କରିଥିଲା। ଏହାର ଅଧ୍ୟୟନ ଉପରେ ଆଧାରିତ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ କରୋନା ଜୀବାଣୁ ମହାମାରୀ ସେପ୍ଟେମ୍ବରରେ ଶିଖରରେ ପହଞ୍ଚିଛି। ସରକାରଙ୍କ ଦ୍ୱାରା ଗଠିତ ପ୍ୟାନେଲର ମୁଖ୍ୟ ଏମ ବିଦ୍ୟାସାଗର କହିଛନ୍ତି ଯେ ଯଦି ଦେଶରେ ଲକଡ଼ାଉନ କରାଯାଇ ନ ଥାନ୍ତା, ତେବେ ସଂକ୍ରମଣ ହାର ବହୁତ ଅଧିକ ହୋଇଥାନ୍ତା। ଏଥି ସହିତ ଲକଡ଼ାଉନ ବିଳମ୍ବିତ ହୋଇଥିଲେ ସେହି ସମୟରେ କିଛି କମ୍ ରିପୋର୍ଟ ଆସିଥାଆନ୍ତା, ମାତ୍ର ପରବର୍ତ୍ତୀ ସମୟରେ ବର୍ତମାନ ଠାରୁ ସଂକ୍ରମଣ ସଂଖ୍ୟା ବହୁଗୁଣ ହୋଇଥାଆନ୍ତା ।

- Advertisement -

 

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories