www.samajalive.in
Monday, December 8, 2025
20.1 C
Bhubaneswar

ଗୋପାଳପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପରାକ୍ରମ ଦିବସ ପାଳିତ

ଗୋପାଳପୁର : ଗୋଳାବନ୍ଧ ଆର୍ମି ଏଡି କଲେଜ  ପରିସରରେ ଥିବା ଗୋପାଳପୁର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ପରାକ୍ରମ ଦିବସ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ପ୍ରାଚାର୍ଯ୍ୟ ବିରଞ୍ଚି ନାରାୟଣ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୃର୍ବକ ବିଦ୍ୟାର୍ଥୀମାନଙ୍କୁ ନେତାଜୀଙ୍କ ଜୀବନରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲା। ଶିକ୍ଷୟତ୍ରୀ ବବିତା ଆର ଓ ସୁଖ କୁମାରୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।
ଚତୁର୍ଥ ଶ୍ରେଣୀର ଛାତ୍ର ବଦ୍ରିନାଥ ବେହେରା,ସୁବାଷ ବୋଷଙ୍କ ଭୂମିକାରେ ଅଭିନୟ କରି ତାଙ୍କ ଜୀବନୀ ଓ ଅବଦାନକୁ ଆଲୋକପାତ କରିଥିଲେ। ବିଦ୍ୟାର୍ଥୀ ସାଗର କୁମାର ଦାସ ଓ ରଦ୍ଧିମା କୁମାରୀ ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ସଂଘର୍ଷ ଓ ବଳିଦାନକୁ ବକ୍ତୃତା ମାଧ୍ୟମରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories