www.samajalive.in
Tuesday, December 9, 2025
16.1 C
Bhubaneswar

ବିରଳ ପ୍ରଜାତି ଝିଟିପିଟି ଗବେଷଣା

ଗୋପାଳପୁର: ଗଞ୍ଜାମ ଜିଲା ହୁମ୍ମା ସନ୍ନିକଟ ବୋରିଗାଁ ଝାଡେଶ୍ୱର ଶିବ ମନ୍ଦିର ନିକଟସ୍ଥ ଆମ୍ବ ତୋଟାରୁ ଏକ ବିରଳ ପ୍ରଜାତିର ଝିଟିପିଟିକୁ ଜଗଦଲପୁର ଜେଡ୍ଏସଆଇର ବୈଜ୍ଞାନିକ ପ୍ରତ୍ୟୁଷ ମହାପାତ୍ର ଚିହ୍ନଟ କରିବା ପରେ ଏହା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ବିରଳ ପ୍ରଜାତିର ଝିଟିପିଟି ଚିହ୍ନଟ କରାଯିବା ପରେ ଏହି ପ୍ରଜାତିର ଝିଟିପିଟିର ନାମକରଣ ଗଞ୍ଜାମର ପତଳା ଝିଟିପିଟି ରଖାଯାଇଛି। ଏହି ପ୍ରଜାତିର ଝିଟିପିଟି ପୃଥିବୀର କୌଣସି ସ୍ଥାନରେ ପ୍ରାୟତଃ ଦେଖା ଯାଇନଥାଏ। ଏଠାରେ ଏହି ପ୍ରଜାତିର ପ୍ରାୟ ଶହେ ସଂଖ୍ୟକ ଝିଟିପିଟି ରହିଛନ୍ତି। ଏମାନଙ୍କ ଲମ୍ବ ୭ ସେଣ୍ଟିମିଟର । ଏମାନେ ବିଭିନ୍ନ ରଙ୍ଗ ବଦଳାଇ ଥାନ୍ତି। ଅନ୍ୟ ଝିଟିପିଟି ଭଳି ପିମ୍ପୁଡ଼ି , ଊଈ, ଛୋଟ ଛୋଟ ପୋକ ଯୋକ ଏମାନଙ୍କ ଆହାର । ଜୁନ୍ ମାସଠାରୁ ଅକ୍ଟୋବର ମଧ୍ୟରେ ଏମାନେ କେବଳ ୨ଟି ଅଣ୍ଡା ଦେଇଥାନ୍ତି। ଦିନସାରା ସେମାନେ ଗଛରେ ରହୁଥିବା ବେଳେ ରାତିରେ ତଳକୁ ଆସି ଆହାର ଖୋଜିଥାନ୍ତି। ଏ ସମ୍ପର୍କରେ ଆଜି ଜୁ ଟାସ୍କ ଜର୍ଣ୍ଣାଲରେ ତଥ୍ୟ ପ୍ରକାଶିତ ହେବା ସହିତ ଏମାନଙ୍କ ଉପରେ ଅଧିକ ଗବେଷଣା କରାଯାଉଥିବା ଜଣାପଡିଛି।

ବିରଳ ପ୍ରଜାତିର ଝିଟିପିଟି ଉଦ୍ଧାର ପରେ ଶ୍ରୀ ମହାପାତ୍ର ଏହାକୁ ନେଇ ବାଙ୍ଗାଲୋରସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ଫାଣ୍ଡାମେଣ୍ଟାଲ ରିସର୍ଚ୍ଚର ଅକ୍ଷୟ ଖଣ୍ଡେକର, ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶିଲକୁମାର ଦତ୍ତ , କୁକୋ ମହାପାତ୍ର ଏବଂ ଇସାନ୍ ଅଗ୍ରୱାଲଙ୍କ ସହ ଅଧିକ ଗବେଷଣା ଆରମ୍ଭ କରିଛନ୍ତି। ପ୍ରାଧ୍ୟାପକ ଦତ୍ତଙ୍କ ସୂଚନା ମୁତାବକ ଓଡିଶାର ଦେଓମାଳି ଓ ମହେନ୍ଦ୍ରଗିରି ଅଞ୍ଚଳର ସମୁଦ୍ର ପତନଠାରୁ ୮୦୦ରୁ ୧୦୦୦ ମିଟର ଉଚ୍ଚରେ ବିରଳ ପ୍ରଜାତିର ଝିଟିପିଟି ଦେଖାଯାଉଥିବା ବେଳେ ବୋରିଗାଁରେ ଉଦ୍ଧାର ହୋଇଥିବା ଝିଟିପିଟି ସମ୍ପୂର୍ଣ୍ଣ ଭିନ୍ନ ଓ ବିରଳ। ଗବେଷଣା ସମୟରେ ସେଠାକାର ଜଂଗଲରେ ୪୦ ରୁ ଊର୍ଦ୍ଧ୍ବ ପ୍ରଜାତିର ବିଭିନ୍ନ ସରୀସୃପ ,୧୫ ପ୍ରଜାତିର ବେଙ୍ଗ ସହ ୮ ପ୍ରଜାତିର କଙ୍କଡା ବିଛା ଦେଖିବାକୁ ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories