www.samajalive.in
Sunday, December 7, 2025
15.1 C
Bhubaneswar

ଉତ୍କଳମଣିଙ୍କ ଜୟନ୍ତୀ: ‘ଦରଦୀ କବି ଗୋପବନ୍ଧୁ’ ସଂଗୀତ ସମାରୋହ ଓ ‘ପ୍ରଣାମ ଦରଦୀ ପୁରୁଷ’ ଆଲୋଚନାଚକ୍ର

ପିପିଲି:ପିପିଲିର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ପକ୍ଷରୁ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ସରକାରଙ୍କ କୋଭିଡ୍‍ ଗାଇଡ୍‍ଲାଇନ ପାଳନ ପୂର୍ବକ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ‘ପ୍ରଣାମ ଦରଦୀ ପୁରୁଷ’ ଶୀର୍ଷକ ଆଲୋଚନାଚକ୍ର ଓ ଦରଦୀ କବି ଗୋପବନ୍ଧୁ ସଂଗୀତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପରେ ସଂଗୀତଗୁରୁ ଅଧ୍ୟାପକ ଡ଼ଃ ସଚ୍ଚିକାନ୍ତ ନାୟକଙ୍କ ନିର୍ଦ୍ଦେଶନରେ ଗୋପବନ୍ଧୁଙ୍କ କବିତାବଳିର କେତେକ ସଂଗୀତକୁ ନେଇ ସଂଗୀତ ସମାରୋହ ଅନୁଷ୍ଠିତ ହୋଇଥିଲା । ଗୋପବନ୍ଧୁଙ୍କ ସ୍ୱଲିଖିତ କାରା କବିତାକୁ ଡ଼ଃ ନାୟକ ସଂଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ଯାହାକି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏଥିରେ ସାଥୀ କଳାକାର ସଂପଦ ମହାପାତ୍ର, ସମ୍ବିତ ମହାନ୍ତି, ସନ୍ତୋଷ ମହାରଣା, ସଂଯୁକ୍ତା ମହାପାତ୍ର ପ୍ରମୁଖ ସାମିଲ ହୋଇ ସମବେତ ସଂଗୀତ ପରିବେଷଣ କରିଥିଲେ । ଯୋଗଗୁରୁ ବଂଶୀଧର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଭାତ ବେହେରା, ବାପୁ ବେହେରା, ଜୀବନଜୟ ରାଉତରାୟ ଓ ଦୀପକ ସାହୁ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ।
ଜାଗୃତି ସାଂସ୍କୃତିକ ଯୁବ ସଂଗଠନର ସଭାପତି ସମାଜସେବୀ ପ୍ରଭାତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ପ୍ରଣାମ ଦରଦୀ ପୁରୁଷ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିଭାବେ ଜନସ୍ୱାର୍ଥ ସୁରକ୍ଷା ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ର, ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ରମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ୍‍ ବଳଭଦ୍ର ଦାସ, ଡାକ୍ତର ଭିକାରୀ ଚରଣ ଦାସ, ଶିକ୍ଷାବିତ୍‍ ପ୍ରସନ୍ନ ଦାସ ପ୍ରମୁଖ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଶିକ୍ଷାବିତ୍‍ ଶ୍ରୀମିଶ୍ର ନିଜ ଅଭିଭାଷଣରେ ଗୋପବନ୍ଧୁଙ୍କ କବିତାରେ ଥିବା ଜାତୀୟତାବୋଧ, ସମାଜଦର୍ଶନ, ବୈଦିକ ସଂସ୍କୃତି ଓ ଜଗନ୍ନାଥ ଚେତନା ଆଦି ଦିଗ ଉପରେ ଆଲୋକପାତ କରିଥିଲେ । ଗୋପବନ୍ଧୁଙ୍କ ଆଦର୍ଶ ଓ ନିସ୍ୱାର୍ଥପର ସମାଜସେବାରେ ଆଜିର ଯୁବପିଢି ଅନୁପ୍ରାଣିତ ହୋଇ ନିଜକୁ ସମୃଦ୍ଧ ଭାରତବର୍ଷ ଗଠନରେ ସାମିଲ ରଖିବାକୁ ଅତିଥିମାନେ ଆହ୍ୱାନ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories