www.samajalive.in
Saturday, December 6, 2025
23.1 C
Bhubaneswar

ଆଗକୁ ବଢ଼ିବା ପାଇଁ ଅଭିନବ ଶିକ୍ଷଣ କୌଶଳ ଗ୍ରହଣ କରିବା ଆବଶ୍ୟକ-ରାଜ୍ୟପାଳ

ଭୁବନେଶ୍ୱର:  ଆଜିର ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ଵରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଅପରିହାର୍ଯ୍ୟ ହୋଇପଡ଼ିଛି। ଡିଜିଟାଲ ବିପ୍ଳବ ଶିକ୍ଷଣ ପଦ୍ଧତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି, ଯାହା ଶିକ୍ଷାକୁ ଅଧିକ ସୁଲଭ, ଭାବ ବିନିମୟ ସ୍ୱରୂପ ଏବଂ ସମାବେଶୀ କରିଛି। ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ବିକାଶ ଦ୍ୱାରା ପରିଚାଳିତ ଯୁଗରେ ଆଗକୁ ବଢ଼ିବା ପାଇଁ ଅଭିନବ ଶିକ୍ଷଣ କୌଶଳ ଗ୍ରହଣ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ପ୍ରକାଶ କରିଛନ୍ତ।

ପାରାଦୀପ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଶିକ୍ଷା ହେଉଛି ସେହି ମୂଳଦୁଆ ଯାହା ଉପରେ ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରର ନିର୍ମାଣ ହୋଇଥାଏ। କୌଣସି ରାଷ୍ଟ୍ରର ସଫଳତା ତା’ର ଯୁବଶକ୍ତିର ସଶକ୍ତିକରଣ ଉପରେ ନିର୍ଭର କରେ। ସେଥିପାଇଁ ଯୁବସମାଜ ସଠିକ୍ ଶିକ୍ଷା କୌଶଳ ଏବଂ ବୈଷୟିକ ଜ୍ଞାନ ସହିତ ସଜ୍ଜିତ ହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ପରିକଳ୍ପନା ସାକାର ହେବ।

- Advertisement -

ଜାତୀୟ ଶିକ୍ଷାନୀତି ୨୦୨୦ ଆମର ଶିକ୍ଷା ବ୍ୟବସ୍ଥାରେ ପରମ୍ପରା ଓ ଆଧୁନିକତା ର ସମନ୍ଵୟରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ଏକ ବହୁମୁଖୀ ଆଭିମୁଖ୍ୟ, ଧନ୍ଦାମୂଳକ ତାଲିମ, ଗବେଷଣା ଏବଂ ନବସୃଜନ ଶିକ୍ଷାବ୍ୟବସ୍ଥାକୁ ଆପଣେଇଲେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍କର୍ଷ ହାସଲ କରିବାର ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି।

ଏହି ସମାରୋହରେ ଉଚ୍ଚ ଶିକ୍ଷା  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ପିଏଲ ହରନାଧ, ବିଧାୟକ ଅଶୋକ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୁବ ପ୍ରତିଭାଙ୍କ ବିକାଶରେ ଜିଲା ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା, ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ପାରାଦ୍ଵୀପ ମହାବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ଶତପଥୀ ସ୍ବାଗତ ଭାଷଣ ଦେଇଥିବା ବେଳେ ପାରାଦ୍ଵୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories