www.samajalive.in
Tuesday, December 9, 2025
15.1 C
Bhubaneswar

ଭୂତକୋଠି ପାଲଟିଛି ଗୋଦାମଗୃହ, କେନ୍ଦ୍ରକୁ ଭଡ଼ା ଗଣୁଛି ଯୋଗାଣ ବିଭାଗ

ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ୫ଶହ ମେଟ୍ରିକ ଟନ୍‍ ଗୋଦାମ ଗୃହ କାର୍ଯ୍ୟରେ ଲାଗୁ ନ ଥିବାରୁ ଏହା ବର୍ତମାନ ଭୂତକୋଠିରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ନିଜସ୍ୱ ଗୋଦାମଗୃହ ବ୍ୟବହାର କରା ନ ଯାଇ କେନ୍ଦ୍ର ସରକାରଙ୍କ ଗୋଦାମ ଗୃହ ଭଡା ସୂତ୍ରରେ ବ୍ୟବହାର କରାଯିବା ଭଳି ବିଚିତ୍ର ନୀତି ଜିଲ୍ଲାରେ ଦେଖିବାକୁ ମିଳିଛି।

ପ୍ରକାଶ ଯେ, ବ୍ଲକ ସଦରମହକୁମାରୁ ୨୨ଟି ପଂଚାୟତକୁ ଖାଉଟି ସାମଗ୍ରୀ, ମଧ୍ୟାହ୍ନ ଭୋଜନ ଏପରିକି ବନ୍ୟା ସମୟରେ ଜରୁରୀକାଳୀନ ଭିତିରେ ମାଲପରିବହନକୁ ଦୃଷ୍ଟିରେ ରଖି ୨୦୦୨ ମସିହାରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ଚାରିଛକରେ ଏକ ୫ଶହ ମେଟ୍ରିକ ଟନ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା। ଏହି ଗୋଦାମଗୃହରୁ ୨୦୦୨ରୁ ୨୦୧୫ପର୍ଯ୍ୟନ୍ତ ଯୋଗାଣ ବିଭାଗ ପକ୍ଷରୁ ପ୍ରତି ପଂଚାୟତ, ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଲପରିବହନ କରାଯାଇ ସୁବିଧାରେ ଚାଉଳ, ଗହମ, ଚିନି ସାମଗ୍ରୀ ପରିବହନ କରାଯାଉଥିଲା। ହଠାତ୍‍ କୌଣସି କାରଣ ନଥାଇ ବ୍ଲକ ପରିସରରେ ଥିବା ରାଜ୍ୟ ବିଭାଗର ଗୋଦାମ ଗୃହ ବନ୍ଦ କରାଯାଇ ବ୍ଲକ ଠାରୁ ୪କିଲୋମିଟର ଦୂରରେଥିବା ପୁରୁଣାକଟସ୍ଥିତ ଗୋଦାମ ଗୃହକୁ ଭଡା ସୂତ୍ରରେ ବ୍ୟବହାର କରାଯିବା ପଛରେ କେଉଁ ଉଦେଶ୍ୟ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ର ଗୋଦାମଗୃହ ବ୍ୟବହାର ଫଳରେ ଦୀର୍ଘ ୭ବର୍ଷ ହେଲା ଯୋଗାଣ ବିଭାଗର ନିଜସ୍ୱ ଗୋଦାମ ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡିରହିବା ପଛରେ ଏକ ଅସାଧୁମେଣ୍ଟ କାର୍ଯ୍ୟ କରୁଥିବା ଅଭିଯୋଗ ଉଠୁଛି।

- Advertisement -

ଅପରପକ୍ଷରେ ବ୍ଲକ ହେଡ୍‌କ୍ୱାର୍ଟରରୁ ମନଇଛା ଗୋଦାମଗୃହ ବନ୍ଦ କରାଯିବା ଫଳରେ ବସ୍ତା ବୋହି ଗୁଜୁରାଣ ମେଟାଇଉଥିବା ଶ୍ରମିକ ପରିବାର ପେଟରେ ଏକପ୍ରକାର ନାତ ମରାଯାଇଥିବା ଅଭିଯୋଗ ହେଉଛି। କୌଣସି କାରଣ ନଥାଇ ଏଠାରୁ ଗୋଦାମ ଗୃହ ଉଛେଦ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଗୋଦାମ ଗୃହ କାମରେ ନଆସିବା ସରକାରୀ ସମ୍ପତିର ନଷ୍ଟ ହେଉଥିବା ଅଭିଯୋଗ ଉଠୁଛି। ଏଥିପ୍ରତି ରାଜ୍ୟ ଯୋଗାଣ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ଗୋଦାମ ଗୃହକୁ କାର୍ଯ୍ୟକାରୀ କରିବା ପାଇଁ ସବୁ ମହଲରେ ଦାବୀ ଉଠୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories