www.samajalive.in
Sunday, December 7, 2025
13.1 C
Bhubaneswar

ନାବାର୍ଡ ସହାୟତାରେ ଦିବ୍ୟାଙ୍ଗ ଓ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁକୁଡା ବଣ୍ଟନ

ଟିଟିଲାଗଡ଼: ନାବାର୍ଡ ବଲାଙ୍ଗିରଙ୍କ ଜଳବିଭାଜିକା ପ୍ରକଳ୍ପ ଓ ସିବିଏମ ପ୍ରୋଜେକ୍ଟ ମାଧ୍ୟମରେ ଆଶା ଅନୁଷ୍ଠାନ ତରଫରୁ ଆଜି ଟିଟିଲାଗଡ ଦେଶିଲ ସ୍ଥିତ କାର୍ୟ୍ୟାଳୟରେ ଦିବ୍ୟାଙ୍ଗ ଏବଂ ପ୍ରବାସୀ ଶ୍ରମିକଙ୍କୁ ଛେଳି, କୁୁକୁଡା ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ୟ୍ୟକ୍ରମରେ ଆଶା ସମ୍ପାଦକ ସଞ୍ଜୀବ ପଟ୍ଟନାୟକ, ଆଏନଆରଏମ ବିଶେଷଜ୍ଞ ପ୍ରଦିପ ସୁନା, ପୁଜା ପଣ୍ଡା, କାର୍ୟ୍ୟ ନିର୍ବାହି ଯନ୍ତ୍ରୀ କୁମାର ଶ୍ରାବଣୀ ପ୍ରଧାନ, ପରମେଶ୍ୱର ରଣା, କୋକିଲ ବାଗ, ଗୋବିନ୍ଦ ରଣା, ଜଳବିଭାଜିକା ପ୍ରକଳ୍ପ ସମ୍ପାଦକ ଚୁଡାମଣୀ ମାଝୀ, ରୋହିତ ଝାଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ଟିଟିଲାଗଡ, ମୁରିବାହାଲ, ବଙ୍ଗୋମୁଣ୍ଡା, ସଇଁନ୍ତଳା, ଭବାନିପାଟଣା ଆଦି ୫ଟି ବ୍ଲକର ୨୩୦ ଜଣ ଦିବ୍ୟାଙ୍ଗ ଏବଂ ପ୍ରବାସୀ ଶ୍ରମିକଙ୍କ ଆତ୍ମନିଯୁକ୍ତି ସହାୟତା ନେଇ ଛେଳି ଏବଂ କୁକୁଡା ପାଳନ ପାଇଁ ବଣ୍ଟନ କରାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। କରୋନା ମହାମାରି କଟକଣା ନେଇ କିଛି ହିତାଧିକାରୀଙ୍କୁ କାର୍ୟ୍ୟାଳୟରେ ସହାୟତା ବଣ୍ଟନ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଘର ଘର ବୁଲି ଛେଳି କୁକୁଡା ବଣ୍ଟନ କରାଯାଇଥିବା ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories