www.samajalive.in
Tuesday, December 9, 2025
17.1 C
Bhubaneswar

ହିଜବୁଲ ନୂଆ ମୁଖିଆକୁ ସେନାର ଚେତାବନୀ: କିତନେ ଗାଜି ଆୟେ… କିତନେ ଗାଜି ଗୟେ…

ନୂଆଦିଲ୍ଲୀ : ରିୟାଜ ନାଇକୁର ମୃତ୍ୟୁ ପରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ହୋଇଛି ଗାଜି ହାଇଦର । ପୂର୍ବରୁ ସେ ଜଣେ ସରକାରୀ କର୍ମଚାରୀ ଥିଲା ଓ ବିଭିନ୍ନ ସରକାରୀ ଦପ୍ତରରେ କିଛିଦିନ କାମ କରିଥିଲା । ମାତ୍ର ପରବର୍ତୀ ସମୟରେ ସେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା । ରିୟାଜ ନାଇକୁ ପ୍ରାଣ ହରାଇବା ପରେ ହିଜବୁଲ ମୁଜାହୁଦ୍ଦୀନ ଜମ୍ମୁ-କାଶ୍ମୀରରେ ଗାଜୀ ହାଇଦରକୁ ସଙ୍ଗଠନର ନୂଆ କମାଣ୍ଡର ଦାୟିତ୍ୱ ଦେଇଛି । ଗାଜୀର ପ୍ରକୃତ ନାମ ହେଉଛି ସୈଫୁଲ୍ଲାହ ମୀର । ସେ  ସେ ଡାକ୍ତର ସେଫ୍ ଓ ମୁସାହିବ ନାମରେ ମଧ୍ୟ ପରିଚିତ ।  ଏପରିକି ସେ ପୋଲିସ ଏନକାଉଣ୍ଟରରେ ଆହତ ଆତଙ୍କବାଦୀଙ୍କ ଚିକିତ୍ସା ମଧ୍ୟ କରିଥାଏ । ଗାଜୀକୁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ସୟିଦ ସଲାହୁଦ୍ଦୀନର ଅତି ଘନିଷ୍ଠ ବୋଲି ବିଚାର କରାଯାଏ ।   ପୁଲଓ୍ନାମା, କୁଲଗାମ ଓ ସୋପିଆନ ଆଦି ଜିଲ୍ଲାରେ ତାର  ବେଶ୍ ପ୍ରବେଶ ରହିଛି । ସେ ସରକାରୀ ଆଇଆଇଟିରୁ ମେଡିକାଲ କୋର୍ସ କରିଥିଲା । କିଛିଦିନ ଯାଏଁ ସେ ଶ୍ରୀନଗରର ରାଷ୍ଟ୍ରୀୟ ଇଲେକ୍ଟ୍ରୋନିକରେ ଟେକନିସିଆନ୍ ଭାବେ କାମ କରିଥିଲା । ସେ ୩ ବର୍ଷ ଯାଏଁ ଚାକିରୀ କରିଥିଲା । ଏହାପରେ ସେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା । ଏପରିକି ସେ ଦକ୍ଷିଣ କାଶ୍ମୀରରେ ଅଫିମ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲା ।

 

- Advertisement -

ଗାଜି ମୁଜାହିଦ୍ଦିନ କମାଣ୍ଡର ନିଯୁକ୍ତି ପରେ ସୁରକ୍ଷା ବାହିନୀ ତାର ଦୃଷ୍ଟି ଓ ସମସ୍ତ ନେଟୱାର୍କ ଗାଜି ପଛରେ ଲଗାଇ ଦେଇଛି । ଲେଫ୍ଟନାଣ୍ଟ ଜେନେରାଲ କେଜେଏସ୍ ଧିଲ୍ଲୋଁ ନିଜ ଟ୍ବିଟରରେ ଗାଜି ପ୍ରତି ନିଜର ଦୃଷ୍ଟିଭଙ୍ଗୀ ଆରମ୍ଭରୁ ସ୍ପଷ୍ଟ କରି ଦେଇଛନ୍ତି । କେବଳ ଦୃଷ୍ଟିଭଙ୍ଗୀ ନୁହେଁ ଖୋଲା ଚେତାବନୀ ଦେଇଛନ୍ତି – ‘କିତନେ ଗାଜି ଆୟେ… କିତନେ ଗାଜି ଗୟେ…’ । ଜେନେରାଲ ଧିଲ୍ଲୋଁ ଦୁଇମାସ ତଳେ ଶ୍ରୀନଗରରେ ୧୫ କ୍ୟାପଚର୍ସର କମାଣ୍ଡର ଥିଲେ ଯିଏ କି ଆତଙ୍କବାଦ ଦମନ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories