www.samajalive.in
Sunday, December 7, 2025
13.1 C
Bhubaneswar

ବିବାହ କଲେ କି ଗୀତା ?

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ କୋରିଓଗ୍ରାଫର ତଥା ସୁପର ଡାନ୍ସର-୪ର ଜଜ୍ ଗୀତା କପୁର ସାମାଜିକ ଗଣମାଧ୍ୟମରେ ନିଜର ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚାରେ। ଗୀତାଙ୍କ ପୋଷ୍ଟକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ କମେଣ୍ଟ କରି ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ବାସ୍ତବରେ ଗୀତା ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ନାଲି ରଙ୍ଗର ଅନାରକଲୀ ସୁଟ୍ ପିନ୍ଧିଛନ୍ତି ଏବଂ ଖୁବ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି। କିନ୍ତୁ ଫଟୋରେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ ତାହା ହେଉଛି ଗୀତାଙ୍କ ସିନ୍ଦୁର।

- Advertisement -

ଆଜି ପର୍ଯ୍ୟନ୍ତ ସମସ୍ତେ ଜାଣିଛନ୍ତି ଯେ, ଗୀତା ବିବାହ କରିନାହାନ୍ତି। ସେ ନିଜେ ମଧ୍ୟ କହି ଆସିଛନ୍ତି ଯେ ସେ ଅବିବାହିତା। ହେଲେ ଫଟୋରେ ଗୀତାଙ୍କ ମଥାରେ ସିନ୍ଦୁର ଦେଖି ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି ଯେ, କୌଣସି ଶୁଟ୍ ପାଇଁ ଗୀତା ଏପରି ବେଶ ଧାରଣ କରିଛନ୍ତି ନା ସେ ଲୁଚି ଛପି ବିବାହ କରିଛନ୍ତି? ଏ ନେଇ ଗୀତା କପୁରଙ୍କୁ ତାଙ୍କ ପ୍ରଶଂସକମାନେ ପ୍ରଶ୍ନ ମଧ୍ୟ କରିଛନ୍ତି। ତାଙ୍କର ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହାପରଠାରୁ ଗୀତାଙ୍କ ବିବାହକୁ ନେଇ ଗୁଜବ ପ୍ରଚାର ଆରମ୍ଭ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories