ଛତ୍ରପୁର : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତ ସମିତିସଭ୍ୟ ପଦ ଛତ୍ରପୁର ସିଭିଲ ଜର୍ଜ ସ୍ୱୟଂପ୍ରଭା ଆଚାଯ୍ୟ ଅସିଦ୍ଧ ଘୋଷଣା କରିଛନ୍ତି। ସମିତିସଭ୍ୟ ରମେଶ ନାୟକ ନିଵାଚିତ ହେବା ପରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବନମାଳୀ ପ୍ରଧାନଙ୍କ ପକ୍ଷରୁ ରମେଶଙ୍କ ତିନୋଟି ସନ୍ତାନ ଥିବା ନେଇ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏନେଇ ଏହି ପିଟିସନ ଉପରେ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ତାଙ୍କ ସମିତିସଭ୍ୟ ପଦ ଅସିଦ୍ଧ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ଦେବେନ୍ଦ୍ର କୁମାର ମିଶ୍ର, ପ୍ରତିପକ୍ଷଙ୍କ ପକ୍ଷରୁ ଆଇନଜୀବି କୃଷ୍ଣ ଚନ୍ଦ୍ର ସାହୁ ଓ ସରକାରୀଙ୍କ ପକ୍ଷରୁ ଆଇନଜୀବି ସୁରେଶ ପଣ୍ଡା ମାମଲା ପରିଚାଲନା କରୁଥିଲେ।
Popular Categories


