www.samajalive.in
Saturday, December 6, 2025
23.1 C
Bhubaneswar

ଗଣେଶ ମୂର୍ତ୍ତି ଭସାଣ ସାରି ଫେରିଲା ବେଳେ ଅଘଟଣ, ଅଟୋ ଓଲଟି ସାତ ଆହତ

ଗଞ୍ଜାମ :  ରମ୍ଭାଥାନା ଅନ୍ତର୍ଗତ ହୁମା – କଣ୍ଟିଆ ଗଡ଼ ରାସ୍ତାରେ ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବେଳେ ଅଟୋ ଓଲଟି ସାତ ଜଣ ଆହତ ହୋଇଛନ୍ତି  । ସେଥି ମଧ୍ୟରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ଜଣାପଡ଼ିଛି । ସମସ୍ତେ ଆହତ ମାନେ ହେଲେ ଖଲିକୋଟ ଥାନା ଅନ୍ତର୍ଗତ ବିକ୍ରମପୁର ଗ୍ରାମର ଅଶୋକ ପହାନ, କୃଷ୍ଣ ବାରିକି, ଗୋପାଳ ବାରିକି, ଲିପୁ ପହାନ, ଅରୁଣ ପରିଡା, ଗୋପାଳ ପରିଡା, ଚନ୍ଦନ ବେହେରା ପ୍ରମୁଖ । ଗୁରୁତର ଆହତ ମାନେ ହେଲେ ଗୋପାଳ ବାରିକି, ଲିପୁ ପହାନ ଓ ଅରୁଣ ପରିଡା ।
ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳ ଖଟୁଆ କୁଦା ଗ୍ରାମର ପ୍ରଦୀପ ସାହୁ ଓ ଅନ୍ୟ ମାନେ ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡି ଯୋଗେ ଆଣି ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମିଳିଥିବା ଖବର ଅନୁସାରେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମର ଯୁବକ ମାନେ ଶୁକ୍ରବାର ଦିନ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଏକ ଡାଲା ଅଟୋରେ ସେହି ଗ୍ରାମର ଏଗାର ଜଣ ପିଲା ବଟେଶ୍ୱରମନ୍ଦିର ସ୍ଥିତ ବଙ୍ଗୋପ ସାଗର ବେଳାଭୂମି ଆସିଥିଲେ  । ବିସର୍ଜନ ସାରି କରି ଗ୍ରାମକୁ ଫେରିବା ବେଳେ ବୁଲାଣିଆ ରାସ୍ତାରେ ହଟାଠ ଡ୍ରାଇଭର ଅସାବଧାନତା ଯୋଗୁଁ ଅଟୋଟି ଏକ ଧାନରୁଆ ବିଲକୁ ଓଲଟି ପଡିଥିଲା  ।ଫଳରେ ସମସ୍ତେ ଆହତ ହୋଇଥିଲେ । କିଛି ଆହତ ଯୁବକ ଅଟୋ ତଳେ ବିଲ ଭିତରେ ଚାପି ହୋଇଯାଇଥିଲେ  । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ  ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories