www.samajalive.in
Monday, December 8, 2025
20.1 C
Bhubaneswar

ସ୍ବଭାବକବିଙ୍କ ସର୍ଜନା କାଳଜୟୀ

ବରଗଡ଼ : ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତା ମଧୁମୟ ଭାବ ଯୋଗୁ ବିଶ୍ବ ଦରବାରରେ କାଳଜୟୀ ହୋଇପାରିଛି ବୋଲି ଜନ୍ମପୀଠ ବରପାଲିରେ କବିଙ୍କ ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରବିବାର ବରପାଲି ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଏହି ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବାମାପଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ବରଗଡ଼ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ପ୍ରଦୀପ ହୋତା ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ରଘୁନାଥ ମେହେର ସମ୍ମାନିତ ବକ୍ତା ଥିଲେ। ବରଗଡ଼ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ କବି ଗଙ୍ଗାଧର ସାହିତ୍ୟ ଉପରେ ଅଧିକ ଗବେଷଣା ଆବଶ୍ୟକ। କବି ଗଙ୍ଗାଧରଙ୍କ ସମାଧି ପୀଠ ଓ କବି ଭବନର ଆବଶ୍ୟକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଆଚାର୍ଯ୍ୟ ଏହି ଅବସରରେ ପ୍ରତିଶ୍ରୁତି କହିଥିଲେ। ଯେଉଁ ସାହିତ୍ୟ ଭବିଷ୍ୟତ ବଂଶଧରଙ୍କୁ ଉଚିତ୍ ମାର୍ଗ ଦେଖାଇ ପାରିଛି ତାହା ହିଁ ପ୍ରକୃତ ସାହିତ୍ୟ ପଦବାଚ୍ୟ ବୋଲି ଡ. ହୋତା କହିଥିଲେ। ସ୍ବଭାବ କବି ଗଙ୍ଗାଧର ଓ ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ଓ ଜୀବନଦର୍ଶନ ମଧ୍ୟରେ ସାମଞ୍ଜସ୍ୟ ତଥା ମେହେର ସାହିତ୍ୟର ବିଭିନ୍ନ ଦିଗ ଉପରେ ଡ. ମେହେର ଆଲୋଚନା କରିଥିଲେ। ଅଶୋକ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବାଳକିଶୋର ଖାଡ଼ଙ୍ଗା ସ୍ୱାଗତ ଭାଷଣ ଦେଇଥିଲେ। ସଭା ​‌େ​‌ଶଷରେ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପଦ୍ମଲୋଚନ ଦାଶ ମେହେର ସଙ୍ଗୀତ ପରିବେଷଣ କରିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories