www.samajalive.in
Tuesday, December 9, 2025
15.1 C
Bhubaneswar

ଗାଜିଆବାଦ ଶ୍ମଶାନ ଘାଟ ଘଟଣା ; ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଗାଜିଆବାଦ :ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ସ୍ଥାନୀୟ ଶବଦାହ ପିଣ୍ଡିର ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ବେଳେ ଏଯାଏଁ ଆହୁରି ୧୫ ଜଣ ଆହତ ଅବସ୍ଥାରେ ରହିଛନ୍ତି।
ଏହାସହ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ଯୋଗ୍ୟ, ମୁରାଦନଗର ଡିଫେନ୍ସ କଲୋନୀ ନିବାସୀ ଫଳ ବିକ୍ରେତା ଜୟରାମ(୬୫)ଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ୪୦ରୁ ଅଧିକ ଲୋକ ଶ୍ମଶାନଘାଟକୁ ଯାଇଥିଲେ। ଶେଷକୃତ୍ୟ ସମ୍ପନ୍ନ ହେବା ପରେ ଲୋକମାନେ ଗେଟ୍‌ ନିକଟ ଗ୍ୟାଲେରି ପାଖରେ ଶୋକ ପାଳନ ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ବର୍ଷା ଯୋଗୁ ନିର୍ମାଣାଧୀନ ଗ୍ୟାଲେରି ଛାତ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଛାତ ତଳେ ୪୦ରୁ ଅଧିକ ଲୋକ ଚାପି ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଜରିଆରେ ଆହତମାନଙ୍କୁ ହସ୍ପିଟାଲ ନେଇଛନ୍ତି। ଏମଏମଜି ହସ୍ପିଟାଲରେ ପ୍ରଥମେ ୧୭ଟି ମୃତଦେହ ମିଳିଥିଲା।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories