www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ରକ ଚାପାରେ ଯୁବକ ମୃତ, ଧାରଣାରେ ପରିବାର

ଜି.ଉଦୟଗିରି: ଉଦୟଗିରିସ୍ଥିତ ଭଞ୍ଜ ମାର୍କେଟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଗୁରୁବାର ଅପରାହ୍ନ ସମୟରେ ଏକ ମାଲବାହୀ ଟ୍ରକର ପଛ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବିବରଣୀରୁ ପ୍ରକାଶ ଯେ, ସୀମାଞ୍ଚଳ ଟ୍ରାନ୍ସପୋର୍ଟ ନାମକ ଏକ ମାଲବାହୀ ଟ୍ରକ ଜି.ଉଦୟଗିରି ଦେଇ ଯାଉଥିବାବେଳେ ଗାନ୍ଧୀଛକ ନିକଟସ୍ଥ ଭଞ୍ଜ ମାର୍କେଟ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଶଙ୍ଖସାହିର ଶରତ ନାୟକ(୩୭) ନାମକ ଜଣେ ବ୍ୟକ୍ତି କୌଣସି କାରଣ ବସତଃ ଟ୍ରକର ପଛ ଚକ ତଳେ ପଡିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ପରିବାର ଲୋକଙ୍କ ସହ ସାହି ଭାଇ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ବସି ରହିଥିଲେ। ଫଳରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ମୁଖ୍ୟ ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି, ଥାନା ଅଧିକାରୀ ଭଗବାନ ପୂଜାରୀ,ଏସ ଆଇ ଅନନ୍ତ ପ୍ରଧାନ,ଏସ ଆଇ କେ କାମରାଜୁ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପୁଣି ଯାତାୟତ ସ୍ବାଭାବିକ ହୋଇଥିଲା। ରାସ୍ତା ପାର୍ଶ୍ବରେ ପରିବାର ଲୋକ ଧାରଣାରେ ବସିଥିବା ଜଣାପଡିଛି।

ପ୍ରକାଶ ଥାଉକି, ସହରର ମୁଖ୍ୟ ରାସ୍ତା ଓସାରିଆ ହେବା ସହିତ ଯଦି ବାଇପାସ ରାସ୍ତା ଥାଆନ୍ତା ତେବେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ଏଡାଇ ଯାଇପାରିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories