www.samajalive.in
Sunday, December 7, 2025
18.1 C
Bhubaneswar

ଜାଲ୍‌ ଦସ୍ତାବିଜରେ ୫୦ କୋଟି ଆତ୍ମସାତ୍‌, ସମବାୟ ସମିତି ପୂର୍ବତନ ସଭାପତି ଓ ସମ୍ପାଦକ ଗିରଫ

ଭୁବନେଶ୍ବର : ଜାଲ୍‌ ଦସ୍ତାବିଜ ବଳରେ ପ୍ରାୟ ୫୦ କୋଟି ଟଙ୍କା ଆତ୍ମସାତ୍ କରିବା ମାମଲାରେ ସମବାୟ ସମିତିର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସ। ଅଭିଯୁକ୍ତଙ୍କ ନିକଟରୁ ତଦନ୍ତକାରୀ ସଂସ୍ଥା ଜାଲ୍‌ ଦସ୍ତାବିଜ ଜବତ କରିଛି।

ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତି ମୂଳକ କାର୍ଯ୍ୟ ସହିତ କେନ୍ଦୁଝରର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ୨୦୧୭-୧୮ରୁ ୨୦୨୩-୨୪ରେ ସୋସାଇଟି କାର୍ଯ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରବେଶ କରିଥିଲେ। ଏହି ପ୍ରଭାବଶାଳୀ ବ୍ୟକ୍ତି ଏକ ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଥିଲେ।

- Advertisement -

ସମବାୟ ସଂସ୍ଥା ଲୁହାପଥର ଲୋଡିଂ ପାଇଁ ଏଜେନ୍ସି ଗୁଡ଼ିକଠାରୁ ଟନ୍ ପିଛା ୬୦ ଟଙ୍କା ନେଉଥିଲା। ଯାହା ଅନ୍ୟ କୌଣସି ଲୋଡିଂ ଏଜେନ୍ସି ତୁଳନାରେ ଅଧିକ। ଏହା ବ୍ୟତୀତ ସଂସ୍ଥା ଟେଣ୍ଡର, କାର୍ଯ୍ୟାଦେଶ, ୟୁସି, ଭାଉଚର ଇତ୍ୟାଦି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ଖର୍ଚ୍ଚ ଦେଖାଉଥିଲା। ଏହା ପୁଣି ଡେ ବୁକ୍, ଲେଜର, ହାଜିରା ବହିରେ ନଲେଖି ଟଙ୍କା ଉଠାଯାଉଥିଲା। ୨୦୧୨ରୁ ସମବାୟ ସମିତିର କୌଣସି ଅଡିଟ୍ ହୋଇ ନ ଥିଲା। ଅଭିଯୋଗ ପରେ ୨୦୨୨ରେ ସଂସ୍ଥାର ଅଡିଟ ହେବାରୁ ଅର୍ଥ ଆତ୍ମସାତ୍‌ ଘଟଣା ପଦାକୁ ଆସିଥିଲା।

ଏନେଇ ବିଶ୍ୱନାଥ ରାଉଳଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଜାଲ୍ ଦସ୍ତାବିଜ ଦର୍ଶାଇ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଥିଲା। ପରେ ଉପରୋକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେସୁଦ୍ଧା ୩୫ କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories