ନୂଆଦିଲ୍ଲୀ : କରୋନା ଭାଇରସର ବୃଦ୍ଧିକୁ ଦୃଷ୍ଟିରେ ରଖି ବିସିସିଆଇ ଶୁକ୍ରବାର ଦିନ ଆଇପିଏଲକୁ ସ୍ଥଗିତ ରଖିଛି ଏବଂ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଉପରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ତେବେ ଏସବୁ ମଧ୍ୟରେ ବିସିସିଆଇ ଆଉ ଏକ ପଦକ୍ଷପ ନେଇଛି। ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକରଙ୍କୁ ଭାଷ୍ୟକାର(କମେଣ୍ଟ୍ରି) ପ୍ୟାନେଲରୁ ହଟାଇଦେଇଛି ବସିସିଆଇ।
ବିଶ୍ବର ବଡ଼ ଭାଷ୍ୟକାର(କମେଣ୍ଟେଟର) ତାଲିକାରେ ଅନ୍ତର୍ଭୁକ୍ତ ଥିବା ମଞ୍ଜରେକର ଗତ ତିନିଟି ବିଶ୍ୱକପ୍ରେ କମେଣ୍ଟ୍ରି କରିଥିଲେ। ସୂଚନା ଅନୁସାରେ ତାଙ୍କୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ଦିଆଯାଇ ନାହିଁ। ଏପରିକି ଆଗାମୀ ଆଇପିଏଲରୁ ମଧ୍ୟ ତାଙ୍କୁ ବାହାର କରାଯାଇଛି।
ସଞ୍ଜୟ ମଞ୍ଜରେକର ତାଙ୍କ ବିବୃତ୍ତି ଏବଂ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଲଗାତାର ବିବାଦ ଘେରରେ ରହିଥିଲେ। ଖେଳାଳିମାନେ ମଧ୍ୟ ତାଙ୍କୁ ଅନେକ ଥର ସମାଲୋଚନା କରିଥିବା ଦେଖାଯାଇଛି।
ସଞ୍ଜୟ ମଞ୍ଜରେକରଙ୍କୁ ଭାଷ୍ୟକାର ପ୍ୟାନେଲରୁ ହଟାଇଲା ବସିସିଆଇ
Popular Categories



