www.samajalive.in
Sunday, December 7, 2025
13.1 C
Bhubaneswar

ବ୍ୟାଙ୍କ ଡକାୟତିରେ ସଂପୃକ୍ତ ପୂର୍ବତନ ପରିଚାଳକ; ସହକର୍ମୀଙ୍କୁ ହତ୍ୟାକଲେ

ମୁମ୍ବଇ: ଜଣେ ପୂର୍ବତନ ବ୍ୟାଙ୍କ ପରିଚାଳକ ଶେଷରେ ନିଜେ ବ୍ୟାଙ୍କ ଡକାୟତି କରିଛନ୍ତି। ତାହାସହିତ ତାଙ୍କର ଜଣେ ପୂର୍ବତନ ମହିଳା ସହକର୍ମୀଙ୍କୁ ମଧ୍ୟ ଏଥିପାଇଁ ହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ବିରାର ଅଞ୍ଚଳରେ। ଗୁରୁବାର ରାତିରେ ବିରାରରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଶାଖାରେ ଏହି ଜଘନ୍ୟ ଘଟଣା ଘଟିଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରେ ଉକ୍ତ ବ୍ୟାଙ୍କର ଜଣେ ପୂର୍ବତନ ପରିଚାଳକ ସଂପୃକ୍ତ ଯିଏ ବର୍ତ୍ତମାନ ଆକ୍ସିସ ବ୍ୟାଙ୍କରେ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି। ଗୁରୁବାର ରାତି ୮ଟାରେ ଡକାୟତି ଘଟଣା ଘଟିଛି। ବ୍ୟାଙ୍କର କର୍ମଚାରୀମାନେ ସେମାନଙ୍କ କାମ ସାରି ଘରକୁ ଚାଲିଯାଇଥିଲେ ଏବଂ କେବଳ ବ୍ୟାଙ୍କ ଶାଖା ପରିଚାଳକ ଏବଂ କ୍ୟାସିୟର ଥିଲେ। ସେହି ସମୟରେ ଦୁଇଜଣ ଲୋକ ବ୍ୟାଙ୍କ ଭିତରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉକ୍ତ ବ୍ୟାଙ୍କର ପୂର୍ବତନ ପରିଚାଳକ ଥିଲେ। ଅଭିଯୁକ୍ତ ବର୍ତ୍ତମାନର ଶାଖା ପରିଚାଳକ ଓ କ୍ୟାସିୟରଙ୍କୁ ଜାଣିଥିଲେ। ସେମାନେ ସିଧା ଲକର ନିକଟକୁ ଯାଇଥିଲେ। ସାଙ୍ଗରେ ସେମାନେ ଧାରୁଆ ଅସ୍ତ୍ର ଆଣିଥିଲେ। ସେଥିରେ ଶାଖା ପରିଚାଳକଙ୍କୁ ଭୟଭୀତ କରାଇ ଲକର ଖୋଲିବାକୁ ଧମକ ଦେଇଥିଲେ। ଲକର ଖୋଲାଯିବା ପରେ ଦୁହେଁ ବ୍ୟାଗରେ ଟଙ୍କା ଭର୍ତ୍ତି କରିଥିଲେ। ଏହା ମଧ୍ୟରେ ବ୍ୟାଙ୍କ ଶାଖା ପରିଚାଳକ ସତର୍କ ଘଣ୍ଟି ବଜାଇବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ଅଭିଯୁକ୍ତ ଶାଖା ପରିଚାଳକଙ୍କ ତଣ୍ଟି କାଟି ତାଙ୍କୁ ହତ୍ୟା କରିଥିଲେ। ଏଥିସହିତ ସେମାନେ କ୍ୟାସିୟରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କିନ୍ତୁ ଉକ୍ତ ମହିଳା କ୍ୟାସିୀୟର ଜଣକ ବାହାରକୁ ଚାଲିଆସି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଅନ୍ୟତମ ଅଭିଯୁକ୍ତ ବ୍ୟାଙ୍କର ପୂର୍ବତନ ପରିଚାଳକଙ୍କୁ ଧରିନେଇଥିଲେ। ତାଙ୍କୁ ସେଠାରେ ଥିବା ପୁଲିସ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଅନ୍ୟ ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇଯାଇଥିଲେ। ତାଙ୍କୁ ଖୋଜା ଚାଲିଛି। ପୁଲିସ କହିଛି ଯେ ପୂର୍ବତନ ବ୍ୟାଙ୍କ ପରିଚାଳକଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟ ସମୟ ଏବଂ କିଏ କେତେବେଳେ ଆସନ୍ତି, ଯାଆନ୍ତି ତାହା ଜଣାଇଥିଲା। ତାହାସହିତ ମାସ ଶେଷଭାଗରେ ସେମାନେ କିଭଳି ଡେରି ରାତି ପର୍ଯ୍ୟନ୍ତ ରହନ୍ତି ତାହା ମଧ୍ୟ ସେ ଜାଣିଥିଲେ। ସେହି ଆଧାରରେ ସେ ବ୍ୟାଙ୍କ ଡକାୟତି କରିବା ଯୋଜନା ପ୍ରସ୍ତୁତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories