www.samajalive.in
Tuesday, December 9, 2025
16.1 C
Bhubaneswar

୧୦ରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ

କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ପ୍ରକ୍ରିୟା ଆଗାମୀ ୧୦ ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରେଗୁଲାର ଓ ଏକ୍ସ-ରେଗୁଲାର ଉଭୟ ପରୀକ୍ଷାର୍ଥୀ ଅନ୍‍ଲାଇନ୍‍ ମାଧ୍ୟମରେ ଫର୍ମ ପୂରଣ କରିବେ। ବିନା ଜୋରିମାନାରେ ୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ୨୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମ ପୂରଣ ହେବା ସହ ଦେୟ ଦାଖଲର ଶେଷ ତାରିଖ ୨୭ ତାରିଖ ରାତ୍ର ୧୧.୪୫ ଯାଏ ରହିଛି। ସେହିପରି ଜୋରିମାନା ସହ ଫର୍ମ ପୂରଣ ଜାନୁୟାରୀ ୨୮ ତାରିଖରୁ ଫେବୃୟାରୀ ୨ ତାରିଖ ଯାଏ ମଧ୍ୟରାତ୍ର ଯାଏ ଓ ଦେୟ ଦାଖଲ ଫେବୃୟାରୀ ୧ ତାରିଖ ଯାଏ ହେବ। ଫର୍ମ ପୂରଣ ନିମନ୍ତେ ଅନ୍‍ଲାଇନ୍‍ ଲିଙ୍କ ଓ ସବିଶେଷ ନିର୍ଦେଶାବଳୀ ବୋର୍ଡର ୱେବସାଇଟ୍‍ www.bseodisha.ac.inରେ ଉପଲବ୍ଧ ହେବ। ଏଥିସହ ପତ୍ର ବିନିମୟ ପାଠ୍ୟକ୍ରମର ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ମଧ୍ୟ ଏହି ସମୟ ମଧ୍ୟରେ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories