www.samajalive.in
Tuesday, December 9, 2025
17.1 C
Bhubaneswar

ଚାର୍ଟାର୍ଡ ବିମାନରେ ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ଅନୁମତି

ନୂଆଦିଲ୍ଲୀ: ବିଦେଶୀ ପର୍ଯ୍ୟଟକମାନେ ଏଣିକି ଚାର୍ଟାର୍ଡ ବିମାନରେ ଭାରତ ଆସିପାରିବେ । ଶୁକ୍ରବାର ଠାରୁ ସେମାନଙ୍କୁ ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । କୋଭିଡ-୧୯ ମହାମାରୀ ସଂକ୍ରମଣ ରୋକିବାକୁ ଦୀର୍ଘ ୧୮ ମାସ ହେଲା ଭାରତ ସରକାର ସମସ୍ତ ଆନ୍ତର୍ଜାତିକ ବିମାନ ଉଡାଣକୁ ବନ୍ଦ ରଖିଛନ୍ତି । ତେବେ ଭାରତକୁ ଆସିବାକୁ ଚାହୁଁଥିବା ବିଦେଶୀ ପର୍ଯ୍ୟଟକମାନେ ଚାର୍ଟାର୍ଡ ବିମାନରେ ଆସିଲେ ସେମାନଙ୍କୁ ଅନୁମତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଶୁକ୍ରବାର ଠାରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏଥିସହିତ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମ ମଧ୍ୟ କୋହଳ କରାଯାଇଛି । ଏହା ପରବର୍ତ୍ତୀ ସମୟରେ ଆସନ୍ତା ନଭେମ୍ବର ୧୫ରୁ ଦ୍ୱିପାକ୍ଷିକ ଏୟାର ବବଲ୍‌ ରାଜିନାମା ଅଧୀନରେ ଆନ୍ତର୍ଜାତିକ ବିମାନ ଉଡାଣକୁ ଅନୁମତି ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି । କୋଭିଡ ମହାମାରୀ ବ୍ୟାପିବା ପରେ ଗତବର୍ଷ ମାର୍ଚ୍ଚରୁ ସମସ୍ତ ଆନ୍ତର୍ଜାତିକ ଉଡାଣକୁ ବନ୍ଦ ରଖାଯାଇଥିଲା । ତେବେ ୨୦୨୦ ମଇ ମାସ ୨୫ ତାରିଖରୁ ସୀମିତ ଯାତ୍ରୀଙ୍କୁ ନେଇ ଘରୋଇ ବିମାନ ଯାତ୍ରାକୁ ଅନୁମତି ଦିଆଯାଇଥିଲା । ଏହାପରେ ଚଳିତ ବର୍ଷ ଅକ୍ଟୋବର ୧୮ରୁ ଭାରତ ସରକାର ସମସ୍ତ ଘରୋଇ ବିମାନ ସେମାନଙ୍କର ପୂର୍ଣ୍ଣ ଆସନ କ୍ଷମତାରେ ଯାତ୍ରୀଙ୍କୁ ନେଇ ଉଡାଣ କରିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories