ରାଣୀବନ୍ଧ ଆଡିରେ ଥିବା ବିଦେଶୀ ମଦ ଦୋକାନ ସିଲ୍

ବଲାଙ୍ଗିର :  ବଲାଙ୍ଗିର ଟିକ୍ରାପଡା ରାଣୀ ବନ୍ଧ ଆଡିରେ ବେଆଇନ ଭାବେ ଚାଲୁଥିବା ବିଦେଶୀ ଅଫ୍ ସୋପକୁ ମଙ୍ଗଳବାର ସିଲ୍ କରିଛି ବଲାଙ୍ଗିର ପୌରପାଳିକା। କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡି ଜୟଶ୍ରୀଙ୍କ ନିର୍ଦ୍ଦେଶରେ ଏକ ଦଳ ଆଜି ରାଣୀ ବନ୍ଧ ଆଡିରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢ଼ଉ କରିଥିଲେ । ଅଫ୍ ସପରେ କେବଳ ମଦ ବିକ୍ରି ହୋଇ ପାରିବ । ମଦ ପିଆଯାଇ ପାରିବ ନାହିଁ । କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାରେ ପ୍ରତିଦିନ ମଦୁଆଙ୍କ ଆଡ୍ଡା ଜମିଥାଏ । ପାଖରେ ମଦ୍ୟପଙ୍କ ପାଇଁ ଚାଖଣା ଦୋକାନ ରହିଛି । ସୂଚନାଯୋଗ୍ୟ ଯେ, ଏଠାରେ ବହୁ ଦିନରୁ ଏକ ବିଦେଶୀ ମଦ ଦୋକାନ ରହିଛି । ଏଥିଯୋଗୁଁ ରାଣୀ ବନ୍ଧ ଆଡିରେ  ମଦୁଆ ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ସବୁଠାରୁ ବଡକଥା ହେଲା ମଦୁଆ ମାନେ ମଦ ପିଇ ମଦ ବୋତଲକୁ ପାଖ ରାଣୀ ବନ୍ଧକୁ ଫିଙ୍ଗି ଦେଉଥିବା ଯୋଗୁଁ ରାଣୀ ବନ୍ଧର ପାଣି ମଧ୍ୟ ପ୍ରଦୂଷିତ ହେଉଥିବା ଦେଖିବାକୁ ମିଳିଛି । ଆଜି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ବିଭାଗର ଏକ ପ୍ରକଳ୍ପ କାମ ତଦାରଖ କରିବା ପାଇଁ ଆସିଥିବା ବେଳେ ଚଢ଼ଉ କରି ସିଲ୍ କରା ଯାଇଥିବା ଜଣାପଡିଛି।
kalyan agarbati

Comments are closed.