www.samajalive.in
Tuesday, December 9, 2025
17.1 C
Bhubaneswar

ଭୋଜନ ପାଇଁ କିଛି ବିଶେଷ ଉପାୟ

ଅନେକ ସମୟରେ ସଜାଯାଇଥିବା ଖାଦ୍ୟ ଥାଳିକୁ ଦେଖି ଖୁବ ଉତ୍ସାହିତ ଓ ଶାନ୍ତି ଲାଗିଥାଏ। ପାଟିର ସ୍ୱାଦ ବଢାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେତେକ ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ। ତେବେ ଜାଣନ୍ତୁ ନିୟମିତ ଭାବେ ନିଜ ଖାଦ୍ୟରେ କେଉଁ ଖାଦ୍ୟକୁ ସାମିଲ କରିବେ….
ସୁସ୍ଥ ଭୋଜନରେ ନିୟମିତ ଚିନି ବ୍ୟବହାର ହୋଇନଥିବା ଜୁସ ପିଅନ୍ତୁ। ଏହାଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବିଶେଷ ଉପକାର ହୋଇଥାଏ।
ଭୋଜନରେ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଆନ୍ତୁ। ଏହାଦ୍ୱାରା ଆପଣ ସୁସ୍ଥ ରହିବେ।
ନିୟମିତ ଅଧିକ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ ତ୍ୱଚା ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।
ବିଭିନ୍ନ ପ୍ରୋଟିନ ଯୁକ୍ତ ଖାଦ୍ୟ ମାଛ,ମାଂସ ଓ ଭିନ୍ନ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଆନ୍ତୁ।
ଖାଦ୍ୟରେ ଓଟସ,ମାଟିଆ ଚାଉଳରେ ପ୍ରସ୍ତୁତ ଭାତ, ଗହମରେ ପ୍ରସ୍ତୁତ ଖାଦ୍ୟ ସାମିଲ କରନ୍ତୁ।
ଖାଦ୍ୟରେ ସୋୟା, ଅଲିଭ ଅଏଲ ଭଳି ତେଲର ବ୍ୟବହାର ଅଧିକ କରନ୍ତୁ।
ନିୟମିତ କ୍ଷୀର କିମ୍ବା ଛେନା କମ୍‍ ମାତ୍ରାରେ ଖାଆନ୍ତୁ। ଏଥିରେ ଭିଟାମିନ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ନିୟମିତ ଖାଇବା ଉଚିତ।
ସେହିଭଳି ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ତେବେ ଜାଣିଛନ୍ତି କି ? କଞ୍ଚାଲଙ୍କା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କିଭଳି ଉପକାରୀ ହୋଇଥାଏ।
କଞ୍ଚାଲଙ୍କା ସୀମିତ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ।
ଭିଟାମିନ ସିରେ ଭରପୁର କଞ୍ଚାଲଙ୍କାର ନିୟମିତ ଭାବେ ସେବନ କରିବା ଉଚିତ।
କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ।
ଏହା କର୍କଟ ରୋଗ ହେବାର ଆଶଙ୍କାକୁ କମ କରିଥାଏ।
ନିୟମିତ ଅଳ୍ପ ପରିମାଣରେ ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories