www.samajalive.in
Tuesday, December 9, 2025
17.1 C
Bhubaneswar

ପୁଷ୍ପ କୃଷି ମିଶନ ତରଫରୁ ଫୁଲ ଚାଷ ଓ ଚାରା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ 

ନବରଙ୍ଗପୁର: ନବରଙ୍ଗପୁର ଡିଆରଡିଏ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସିଏସଆଇଆର ଓ ଏନବିଆରଆଇ ଲକ୍ଷ୍ନୌ ପକ୍ଷରୁ ଫୁଲ ଚାଷ ଓ ଚାରା ପ୍ରସ୍ତୁତି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ଫୁଲ ଚାଷ ପାଇଁ ବଜାର ବ୍ୟବସ୍ଥାରେ ଅଧିକ ଯତ୍ନବାନ ହେବା ଦିଗରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌର ବରିଷ୍ଠ ବୈଜ୍ଞାନିକ ଡଃ କେ ଜୀବନ ସିଂ ଯୋଗ ଦେଇ ଜିଲ୍ଲାରେ ଉନ୍ନତ କିସମର ଗେଣ୍ଡୁ, ରଜନୀଗନ୍ଧା, ପଦ୍ମଫୁଲ, ଗ୍ଲାଡ଼ିଓଲସ ଓ ଗୋଲାପ ଫୁଲଚାଷରେ ଲାଭ ସଂପର୍କରେ ଆଲୋଚନା କରିଥଲେ। ଏଥି ସହିତ ବୈଜ୍ଞାନିକ ପଦ୍ଧତିରେ ଫୁଲ ଚାଷ ଓ ମହୁ ଚାଷ ଉପରେ ଚାଷୀମାନେ ଧ୍ୟାନ ଦେଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେ । ଗେଣ୍ଡୁଫୁଲ ଓ ଗ୍ଲାଡିଓଲୋସ ଫୁଲଚାଷରେ ଜମି ପ୍ରସ୍ତୁତି, ରୋଗ ପୋକ ପରିଚାଳନା ସମ୍ପର୍କରେ ଏନବିଆରଆଇର ବରିଷ୍ଠ ବୈଷୟିକ ଅଧିକାରୀ ଡଃ ଦୟା ଶଙ୍କର ତାଲିମ ପ୍ରଦାନ କରିଥିଲେ। ଟ୍ରାଇଫେଡର ଲଘୁ ବନଜାତ ଅଧିକାରୀ ଅମିତାଭ ରୟ ଯୋଗ ଦେଇ ବନ୍ଧନ କେନ୍ଦ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ତରଫରୁ ଜନଜାତିଙ୍କୁ ସାମିଲ୍ କରି ମୂଲ୍ୟ ଯୁକ୍ତ ସାମଗ୍ରୀ ପ୍ରସ୍ତୁତ କଲେ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି କହିଥିଲେ। ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡଃ ପ୍ରଦୋଷ କୁମାର ପଣ୍ଡା ଯୋଗ ଦେଇ ଜିଲ୍ଲାରେ ଫୁଲ ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଥିବାବେଳେ ଉଦ୍ୟାନ କୃଷିରେ ଅନେକଗୁଡ଼ିଏ ଯୋଜନା ରହିଥିବା ଓ ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ । ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ରହି ଏହି ପୁଷ୍ପ କୃଷି ମିଶନ ଅଧୀନରେ ନର୍ସରୀ ପ୍ରତିଷ୍ଠା ସହ ମହୁ ଚାଷ କରି ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ। ଏହି କାର୍ୟ୍ୟକ୍ରମରେ ୫୦ ରୁ ଅଧିକ ଫୁଲ ଚାଷୀମାନଙ୍କୁ ଉନ୍ନତ କିସମର ଗେଣ୍ଡୁଫୁଲ ମଞ୍ଜି ପ୍ରଦାନ କରାଯାଇ ଥିଲା। ଏଥି ସହିତ ୫୦ରୁ ଉର୍ଦ୍ଧ ଗ୍ଲାଡ଼ିଅଲାସ, ସେବତୀ ଚାରା କୃଷକଙ୍କ କ୍ଷେତରେ ରୋପଣ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories