www.samajalive.in
Monday, December 8, 2025
20.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼ରେ ବନ୍ୟା ପରିସ୍ଥିତି : ଯୋଗାଯୋଗ ବିଚ୍ଛିନ୍ନ

ଲାଞ୍ଜିଗଡ଼ : ସୋମବାର ଠାରୁ ବର୍ତ୍ତମାନ ଯାଏଁ ଲଗାଣ ବର୍ଷା ହେବା ଫଳରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସ୍ଥିତି ବିଗିଡ଼ିବାକୁ ଲାଗିଛି। ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ମଙ୍ଗଳବାରଠାରୁ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେବା ସହ ମୋବାଇଲ ନେଟୱର୍କ ରହୁନାହିଁ। ଅନେକ ସ୍ଥାନରେ ଲୋକଙ୍କ ଘର ଭୁଶୁଡ଼ି ପଡ଼ିଥିବା ଖବର ମିଳୁଛି। କେତେକ ଲୋକ ଘରଦ୍ୱାର ଛାଡ଼ି ନିରାପଦ ଆଶ୍ରୟ ସ୍ଥଳକୁ ଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ରାତି ୮ଟାରେ ଚନ୍ଦନପୁର ଗାଁ ସ୍କୁଲପଡ଼ାର ୫ଟି ପରିବାର ବିଦ୍ୟାଳୟରେ ଯାଇ ଆଶ୍ରୟ ନେଇଛନ୍ତି। ଗତକାଲି ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ-ମୁନିଗୁଡା ମୁଖ୍ୟରାସ୍ତା ବେଦାନ୍ତ କମ୍ପାନୀ ପାଖରେ ରାସ୍ତା ଉପରେ ୪ଫୁଟ ପାଣି ପ୍ରବାହିତ ହେଉଥିବା ଯୋଗୁଁ ରାସ୍ତାର ଗୋଟିଏ ପାଖ କଟିଯାଇ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି। ପ୍ରକାଶ ଯେ, ୨୯ତାରିଖଠାରୁ ଲାଞ୍ଜିଗଡ଼ ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଥିବା ବେଳେ ମଙ୍ଗଳବାର ସକାଳ ୮ଟାରୁ ଦିନସାରା ପ୍ରବଳ ବର୍ଷା ଯୋଗୁଁ ନଦୀ, ନାଳ ଭର୍ତ୍ତି ସାଙ୍ଗକୁ ମୁନିଗୁଡା-ଲାଞ୍ଜିଗଡ ମୁଖ୍ୟ ରାସ୍ତାରେ ଦିନ ୧ଟାରୁ ୧ଫୁଟ୍ ପାଣି ଚାଲିଥିବା ବେଳେ ରାତି ୧୦ଟାରୁ ୪ଫୁଟ୍ ପାଣି ପ୍ରବାହିତ ହେବା ଯୋଗୁଁ ଯାନବାହାନ ସହିତ ଲୋକଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories