www.samajalive.in
Monday, December 8, 2025
20.1 C
Bhubaneswar

ଲଗାଣ ବର୍ଷା ଜାରି -ହାତୀ ନଦୀରେ ପୁଣି ବନ୍ୟା ଆଶଙ୍କା, ପ୍ରଭାବିତ ହେବେ ଚାଷୀ

କଲମପୁର .-    ଶନିବାର ଠାରୁ ଲାଗି ରହିଛି ବର୍ଷା। କାଳାହାଣ୍ଡି ଜିଲା ଥୁଆମୁଳ ରାମପୁର, ଜୟପାଟଣା, କୋକସରା ଓ କଲମପୁର ଅଂଚଳରେ ଲଗାଣ ବର୍ଷା ଲାଗି ରହିଥିବାରୁ ଏବେ ହାତୀ ନଦୀରେ ପୁଣି ଏକ ବନ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ଶନିବାର ସକାଳ ୮ଟା ଠାରୁ ରବିବାର ଅପରାହ୍ନ ୫ଟା ମଧ୍ୟରେ ଥୁଆମୁଳ ରାମପୁର ଠାରେ ୨୬୩.୮ ମି.ମି ଓ କଲମପୁର ଠାରେ ୧୬୮.୩ ମି.ମି ବର୍ଷା ହେଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ବର୍ଷାର ପ୍ରଭାବ କାରଣରୁ ସାମ୍ଭବ୍ୟ ବନ୍ୟା ଆଶଙ୍କା ଥିବାରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ତରଫରୁ ମଧ୍ୟାହ୍ନ ସୁଦ୍ଧା ୨ଗୋଟି ଟରବାଇନ ମାଧ୍ୟମରେ ୪୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ବେଳେ ପରବର୍ତି ସମୟରେ ମାତ୍ର ଗୋଟିଏ ଟରବାଇନକୁ ସଚଳ କରାଯାଇ ବିଦ୍ୟୁତ୍ ଉତ୍ପାଦନକୁ ୧୫୦ ମେଗାୱାଟକୁ ହ୍ରାସ କରାଯାଇଛି। ୨୬୫ ମିଟର ଜଳ ଧାରଣ କ୍ଷମତା ଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ମଙ୍ଗଳପୁର ହାତୀ ବ୍ୟାରେଜର ଜଳସ୍ତର ୨୫୯.୮ମି ରହିଛି। ଏହାସହ ମଙ୍ଗଳପୁର ହାତୀ ବ୍ୟାରେଜର ୫ ଗୋଟି ଗେଟ ମାଧ୍ୟମରେ ୮୩ କ୍ୟୁମେକ୍ସ ପାଣି ନିଷ୍କାସିତ କରାଯାଉଛି। ଦୁଇଗୋଟି କେନାଲ ମାଧ୍ୟମରେ ଜଳ ସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଜଙ୍ଗଲରୁ ପାଣି ଆସି ଦକ୍ଷିଣ ମୁଖ୍ୟ କେନାଲରେ ପ୍ରବେଶ କରୁଥିବାରୁ ପାଜେନ, ପଣ୍ଡିଗାଁ, ବରଦୋଳି, କସାବାହୀ, ତାଳପଦର ନିକଟରେ ପାଣି କେନାଲ ବନ୍ଧକୁ ଡେଇଁବାର ଆଶଙ୍କା କରାଯାଉଛି। ଏପରି ହେଲେ କିଛି ଜନ ବସତିକୁ ପାଣି ମାଡିଯିବାର ଆଶଙ୍କା ରହିଛି। ଅନ୍ୟପଟେ ଚଳିତ ବର୍ଷ ଦେଢ ମାସ ମଧ୍ୟରେ ହାତୀ ନଦୀରେ ୪ ଗୋଟି ବନ୍ୟା ଆସି ସାରିଛି। ଏହି ବନ୍ୟା କାରଣରୁ ଅନେକ ଚାଷ ଜମିର ·ଫସଲ ନଷ୍ଟ ହେଇ ସାରିଥିବା ବେଳେ ବହୁ ଚାଷ ଜମି ବାଲିଚର ହେଇ ଯାଇଛି। ଏହାସହ ଗୋଟିଏ ବନ୍ୟାରେ ୩ରୁ ୪ ଦିନ ଚାଷ ଜମି ସବୁରେ ପାଣି ଜମି ରହୁଥିବାରୁ ପ୍ରଥମ ବନ୍ୟା ସମୟରେ ଧାନ ତଳି ସବୁ ପଚି ନଷ୍ଟ ହେଇଥିବା ବେଳେ ପରବର୍ତି ବନ୍ୟା ସବୁରେ ରୁଆ ଯାଇଥିବା ଧାନ ସବୁରେ ମାଟି ଓ ବାଲି ପୋତି ଦେଇ ·ଷ ନଷ୍ଟ ହେଇଯାଉଛି। ଯାହାରି ଫଳରେ ·ଷୀଙ୍କ ଆଖିରୁ ନିଦ ହଜି ଯାଇଛି। ଅନେକ ଖର୍ଚ୍ଚାନ୍ତ ହେଇ ·ଷୀ ବିଭିନ୍ନ ଧାନ ବିହନ ଯୋଗାଡ କରି ରୁଆ କାର୍ଯ୍ୟ ସମ୍ପାଦିତ କରିଥିବା ବେଳେ ବନ୍ୟାର ପ୍ରଭାବରୁ ଫସଲ ନଷ୍ଟ ହେବା ଚାଷୀ କୂଳକୁ ଅସହାୟ କରି ଦେଇଛି। ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗ ସମୟ ମୁତାବିକ ସଠିକ୍ ଆକଳନ କରିବାରେ ବିଳମ୍ବ କରିବା ଚାଷୀଙ୍କ ପାଇଁ ସମସ୍ୟା ହେବାର ଆଶଙ୍କା କରାଯାଉଛି। ଖବର ଲେଖା ହେବା ବେଳକୁ ମିଳିଥିବା ସୂଚନା ଅନୁସାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୩୯.୯୯ମିଟରରେ ପହଂଚିଥିବା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ୩ ଗୋଟି ଓ ଏହି ଜଳ ଭଣ୍ଡାର ସଂଲଗ୍ନ ମୁରାନ ଜଳ ଭଣ୍ଡାରରୁ ୨ ଗୋଟି  ଗେଟ ମାଧ୍ୟମରେ ଇନ୍ଦ୍ରାବତୀ ନଦୀ ମାଧ୍ୟମରେ ଜଳ ନିଷ୍କାସିତ କରାଯାଉଥିବା ଦାଇତ୍ୱରେ ଥିବା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଲମ୍ବୋଦର ପୁହାଣ ସୂଚନା ଦେଇଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories