www.samajalive.in
Monday, December 8, 2025
20.1 C
Bhubaneswar

ଆମେରିକାରେ ବଢୁଛି ଶିଖ୍‍ଙ୍କ ଉପରେ ଆକ୍ରମଣ ଘଟଣା

ୱାଶିଂଟନ୍‍ : ଆମେରିକାରେ ଶିଖ୍‍ଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। କାଲିଫର୍ଣ୍ଣିଆସ୍ଥିତଏକ ଗୁରୁଦ୍ୱାରା ବାହାରେ ଅକାଳି ଦଳ ନେତା ତଥା ଦିଲ୍ଲୀ ଶିଖ୍‍ ଗୁରୁଦ୍ୱାରା ପରିଚାଳନା କମିଟି ସଦସ୍ୟ ମନ୍‍ଜୀତ୍‍ ସିଂହ ଜିକେଙ୍କ ଉପରେ ଶନିବାର ଆକ୍ରମଣ ହୋଇଛି। କିଛି ଦୁବୃର୍ତ୍ତ ମନ୍‍ଜିତ୍‍ଙ୍କ ମୁହଁରେ କାଳି ବୋଳିଛନ୍ତି। ଏହି ଘଟଣାରେ ସ୍ଥାନୀୟ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମନ୍‍ଜିତ୍‍ ଦେଇଥିବା ସୂଚନା ଅନୁସାରେ ପ୍ରାୟ ୨୦ ଜଣ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁଦ୍ୱାରରେ ଯେଭଳି କୌଣସି ଅଶାନ୍ତି ସୃଷ୍ଟି ନ ହେବ ସେଥିନିମନ୍ତେ ତାଙ୍କ ସମର୍ଥକମାନେ ଆକ୍ରମଣର ପ୍ରତ୍ୟୁତ୍ତର ଦେଇ ନ ଥିଲେ। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‍ଜିପିସି) ପକ୍ଷରୁ ଏହି ଆକ୍ରମଣର କଡ଼ା ନିନ୍ଦା କରାଯିବା ସହିତ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସେହିଭଳି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‍ସିମ୍ରତ୍‍ କୌର୍‍ ବାଦଲ୍‍ ଟ୍ୱିଟର୍‍ରେ ଉଲ୍ଲେଖ କରିଛନ୍ତି ଯେ ଆଇଏସ୍‍ଆଇ ଏଜେଣ୍ଟଙ୍କର ଏଭଳି ଆକ୍ରମଣ ଦ୍ୱାରା କୌଣସି ଶିଖ୍‍ ହାର ମାନିବେ ନାହିଁ। ସୋମବାର ଡିଏସ୍‍ଜିଏମ୍‍ସି ମୁଖ୍ୟ ଏବଂ ତାଙ୍କ ପରିବାର ଉପରେ ନ୍ୟୁୟର୍କସ୍ଥିତ ଏକ ଟେଲିଭିଜନ୍‍ ଷ୍ଟୁଡିଓ ବାହାରେ ଖଲିସ୍ତାନ ସମର୍ଥକମାନେ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏହି ପରିବାର ପକ୍ଷରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‍ଙ୍କ ସହଯୋଗ ଲୋଡାଯାଇଥିଲା। ଅଗଷ୍ଟ ୧୬ରେ ତେରଲୋକ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ନ୍ୟୁୟର୍କ ପାର୍କ ଷ୍ଟ୍ରିଟ୍‍ ନିକଟରେ ହତ୍ୟା କରାଯାଇଥିଲା। ଅଗଷ୍ଟ ୬ରେ କାଲିଫର୍ଣ୍ଣିଆଠାରେ ୭୧ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ୨ ଜଣ ଯୁବକ ହତ୍ୟା କରିଥିଲେ। ଜଣେ ଆକ୍ରମଣକାରୀ ଯୁବକ ୟୁନିଅନ୍‍ ସିଟି ପୁଲିସ ମୁଖ୍ୟ ଡାରିଲ ମ୍ୟାକ୍‍ଆଲିଷ୍ଟରଙ୍କ ପରିତ୍ୟକ୍ତ ପୁତ୍ର ଟାଇରୋନ୍‍ କୈଥ୍‍ ମ୍ୟାକ୍‍ଆଲିଷ୍ଟର ବୋଲି ଜଣାପଡିଥିଲା। ଯୁବକ ଦ୍ୱୟଙ୍କୁ ପୁଲିସ ଗିରଫ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories