ସୁଆଣ୍ଡୋ: ଭାର୍ଗବୀରେ ପ୍ରଥମ ବନ୍ୟାଜଳ ଆସିଛି। ସାମ୍ଭାବ୍ୟ ବନ୍ୟାକୁ ନଜରରେ ରଖି ବଳଂଗା ଜଳ ସମ୍ପଦ ବିଭାଗ ପଷରୁ ନଦୀବନ୍ଧରେ ଗତକାଲିଠାରୁ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ଜଳସ୍ରୋତ ତୀବ୍ର ରହିବା ହେତୁ ନଦୀପଠାରୁ ମାଟି ଅତଡ଼ା ଖାଉଥିବା ଦେଖାଯାଉଛି । ବଳଂଗା ନିକଟରେ ବିପଦ ସଙ୍କେତ ୧୦.୪୨ ଫୁଟ ଥିବା ବେଳେ ଦିନ ଘ ୧୧.୩୦ ସମୟରେ ୧୦.୦୩ ରହିଛି। ଗତକାଲି ମୁଣ୍ଡଳୀଠାରୁ ୬.୪୩ ଘନଫୁଟ ଜଳ ନିଷ୍କାସନ ହେଉଥିବା ବେଳେ ରାତିରେ ୫.୯୦ ଘନଫୁଟ ଜଳ ପ୍ରବାହିତ ହେଉଛି। ସେହିପରି ବଳଂଗାଠାରୁ ଗବକୁଣ୍ଡ ପର୍ୟ୍ୟନ୍ତ ୧୨ କି.ମି. ନଦୀବନ୍ଧ ବର୍ତ୍ତମାନ ପାଇଁ ସୁରକ୍ଷିତ ରହିଛି ବୋଲି ବଳଂଗା ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକଙ୍କଠାରୁ ପ୍ରକାଶ । ମଟର ସାଇକେଲରେ ଉପଖଣ୍ଡ ଅଧିକାରୀ କନିଷ୍ଠ ୟନ୍ତ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଓ ଖଲାସମାନେ ନଦୀବନ୍ଧରେ ପହରା ଦେଉଥିବା ଦେଖିବାକୁ ମିଳିଛି ।
Popular Categories



