www.samajalive.in
Tuesday, December 9, 2025
17.1 C
Bhubaneswar

ଆପୋଲୋ ହସ୍ପିଟାଲ,ସରକାରୀ କାର୍ଯ୍ୟାଳୟରେ ନିଆଁ

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର: ରାଜଧାନୀରେ ଶନିବାର ଦୁଇଟି ଅଗ୍ନିକାଣ୍ଡ ଘଟିଛି। ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଗୁରୁତର ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୟୁନିଟ୍‌ ୮ସ୍ଥିତ ରାଜ୍ୟ ପରିବାର କଲ୍ୟାଣ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି। କର୍ମଚାରୀମାନେ ଆତଙ୍କିତ ହୋଇ ତଳକୁ ପଳାଇ ଆସିଛନ୍ତି। ଏଥିରେ ସରକାରୀ କାଗଜପତ୍ର ପୋଡ଼ି ଯାଇଛି।
ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ସାଢ଼ ୧୦ଟା ବେଳେ ଆପୋଲୋ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଅାଁକୁ ଅାୟତ୍ତ କରିବା ଫଳରେ ଏକ ବଡ଼ ଦୁର୍ଘଟଣାରୁ ରୋଗୀ ବର୍ତ୍ତି ଯାଇଛନ୍ତି ା ଅଗ୍ନିକାଣ୍ଡରେ ପାଞ୍ବାର ବ୍ୟାକ୍‌ ଅପ୍‌ ସିଷ୍ଟମ ଛଡ଼ା ଅାଉ କିଛି କ୍ଷୟକ୍ଷତି ହୋଇ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିବା ବେଳେ ଡାକ୍ତର ,ହସପିଟାଲ କର୍ମଚାରୀ,ରୋଗୀ ସମ୍ପର୍କୀୟ, ଓ ଦମକଳ ବାହିନୀ ସହାୟତାରେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ା ଅାଇସିୟୁରେ ଥିବା ୨୭ରୋଗୀଙ୍କୁ ଭୁବନେଶ୍ବରର ଅାମ୍ରି ହସ୍‌ପିଟାଲ,କଳିଙ୍ଗ ହସ୍‌ପିଟାଲ,କେୟାର ହସ୍‌ପିଟାଲ ଓ ସ୍ପର୍ଶ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି ା କେଉଁ ପରିସ୍ଥିତିରେ ନିଅାଁ ଲାଗିଲା ସେ ସମ୍ପର୍କରେ ତଦନ୍ତ କରିବାକୁ ଅଗ୍ନିଶମ ବିଭାଗ ଡିଜି ବି.କେ ଶର୍ମା ନିର୍ଦେଶ ଦେଇଛନ୍ତି ା
ସେହିପରି ନିଅାଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି ା ପଞ୍ଚମ ମହଲାରେ ବ୍ୟାଟେରି ରୁମ୍‌ରୁ ଧୂଆଁ ବାହାରିଥିଲା । ଧୂଆଁ ଯୋଗୁଁ କେହି ଗୁରୁତର ହୋଇନାହାନ୍ତି। ତେବେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ସହ ହସ୍ପିଟାଲରେ ନିୟମିତ ଫାୟାର ଅଡ଼ିଟ୍ ହେଉଛି କି ନାହଁ ତାହା ଯାଞ୍ଚ କରାଯିବ ବୋଲି ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ା
ହସ୍‌ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରି ରୁମ୍‌ରେ ନିଅା ଲାଗିବା ପରେ ପ୍ରବଳ ଧୂଅାଁ ବାହାରି ଥିଲା ା ହସ୍ପିଟାଲରେ ନିେୟାଜିତ ଥିବା ସୁରକ୍ଷା କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁକୁ ସିନା ଅାୟତ୍ତ କରିଥିଲେ; କିନ୍ତୁ ଧୂଆଁର ମାତ୍ରା ଅଧିକ ଥିଲା। ଯାହା ଅନ୍ୟ ମହଲାକୁ ବ୍ୟାପିବା ଆରମ୍ଭ କରିଦେଇଥିଲା। ଏହା ଦେଖି ରୋଗୀମାନେ ଇତଃସ୍ତତ ଦୌଡ଼ିବାକୁ ଆରମ୍ଭ କରିଦେଇଥିଲେ। ଖାଲି ୫ମ ମହଲା ନୁହେଁ ୪ର୍ଥ ଓ ତୃତୀୟ ମହଲାରେ ଥିବା ରୋଗୀମାନେ ମଧ୍ୟ ତଳକୁ ପଳାଇ ଆସିଥିଲେ। ବ୍ୟାଟେରି ରୁମ୍‌ ପାଖରେ ନ୍ୟୁରୋ ଆଇସିୟୁ ଥିବାରୁ ଏଥିରେ ଥିବା ପ୍ରାୟ ୨୭ ଜଣକୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣା ପରେ ଅଗ୍ନିଶମ ଡିଜି ଶ୍ରୀ ଶର୍ମା କହିଛନ୍ତି କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। କୌଣସି କ୍ଷେତ୍ରରେ ଅବହେଳା ହୋଇଥିଲା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।
ହସ୍ପିଟାଲର ସିଇଓ ସୁଧୀର କୁମାର ଦିଗିକର କହିଛନ୍ତି ପ୍ରଥମେ ବ୍ୟାଟେରି ରୁମ୍‌ରୁ ସର୍ଟ ସର୍କିଟ୍‌ ହୋଇ ଧୂଆଁ ବାହାରିଥିଲା। ପଞ୍ଚମ ମହଲାରେ ଆଇସିୟୁ ଥିବାରୁ ରୋଗୀଙ୍କୁ ତଳ ମହଲାକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର, ହସ୍ପିଟାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଓ ଅଗ୍ନିଶମବାହିନୀ ସହାୟତାରେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାରେ କେହି ଗୁରୁତର ହୋଇନାହାନ୍ତି। ଏପରିକି ଅଗ୍ନି ନିର୍ବାପକ ନିୟମକୁ ହସ୍ପିଟାଲ କଡ଼ାକଡ଼ି ପାଳନ କରୁଥିବା ସେ କହିଛନ୍ତି।
ହସ୍ପିଟାଲର ମୁଖ୍ୟ ସୁରକ୍ଷା ଅଧିକାରୀ ରାଧାଶ୍ୟାମ ମିଶ୍ର କହିଛନ୍ତି ବ୍ୟାଟେରି ରୁମ୍‌ରେ ଥିବା କେବୁଲ୍‌ରୁ ଧୂଆଁ ବାହାରିଥିଲା। ସଙ୍ଗେ ସଙ୍ଗେ ଆଲାରମ୍‌ ବାଜିଥିଲା। ନିଆଁ ବାହାରିବା ଆମେ ଦେଖିନାହୁଁ। କାଚ ଭାଙ୍ଗି ଧୂଆଁକୁ ବାହାର କରାଯାଇଥିଲା।
ଅନ୍ୟପକ୍ଷରେ ରାଜ୍ୟ ପରିବାର କଲ୍ୟାଣ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ଶନିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। କାର୍ଯ୍ୟାଳୟର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଛି। ବିଦ୍ୟୁତ ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ତ ଘଟିଛି। ଘଟଣାସ୍ଥଳରେ କଳ୍ପନା ଓ ସଚିବାଳୟ ମାର୍ଗର ଦୁଇଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ତଳକୁ ପଳାଇ ଆସିଛନ୍ତି। ଜରୁରୀ ସରକାରୀ କାଗଜପତ୍ର ଓ ଫାଇଲ ନିଆଁରେ ଜଳିଯାଇଛି ବୋଲି ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories