ଭଞ୍ଜନଗରରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୫୦ ବଖରାରୁ ଅଧିକ ଘର

0

ଗଞ୍ଜାମ: ଭଞ୍ଜନଗର ବରପାଲି ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୫୦ ବଖରାରୁ ଅଧିକ ଘର ଭସ୍ମ ହୋଇଛି । ଏଥିରୁ ପ୍ରାୟ ୪୦ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି। ଗାଁରେ ହିଂସାକାଣ୍ଡ ଯୋଗୁଁ କେହି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି କିନ୍ତୁ ଏଯାବତ୍ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା କିନ୍ତୁ ଚାହୁଁ ଚାହୁଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ନିମିଷକ ମଧ୍ୟରେ ପ୍ରାୟ ୫୦ ବଖରା ଘର ନିଆଁରେ ଜଳି ପାଉଁଶ ହୋଇ ଯାଇଥିଲା। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅଗ୍ନିକାଣ୍ଡରେ ଜଳି ଯାଇଛି । ପ୍ରାୟ ୪୦ଟି ପରିବାର ସର୍ବସ୍ୱାନ୍ତ ହୋଇଛନ୍ତି । ଏଯାବତ୍ ଅଗ୍ନିବିପନ୍ନଙ୍କୁ ପ୍ରଶାସନ ତରଫରୁ କୌଣସି ସାହର୍ଯ୍ୟ ମିଳିଥିବା ଜଣାପଡିନାହିଁ । ଘର ଜଳିଗଲା ପରେ ଗତକାଲି ରାତିରେ ପରିବାର ସହ ଖୋଲା ଆକାଶ ତଳେ ରାତ୍ରି ଯାପନ କରିଥିଲେ । ଦିନରେ ପ୍ରବଳ ଖରା ଓ ରାତିରେ କାଳବୈଶାଖୀର ତାଣ୍ଡବ ଆଶଙ୍କାକୁ ନେଇ ଅଗ୍ନିବିପନ୍ନମାନେ ଚିନ୍ତାରେ ଅଛନ୍ତି ।

ଅନ୍ୟପକ୍ଷରେ ଗାଁରେ ଲାଗି ରହିଥିବା ହିଂସାକାଣ୍ଡକୁ ନେଇ ଅଗ୍ନିକାଣ୍ଡ ହୋଇଥିବା ଶୁଣିବାକୁ ମିଳୁଛି । କେହି ଦୁର୍ବୃତ୍ତ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାରେ ସଠିକ୍ କାରଣ ଜଣାପଡି ନାହିଁ ।

Leave A Reply