www.samajalive.in
Monday, December 8, 2025
27.1 C
Bhubaneswar

ଉନ୍ନାଓ ବିଧାୟକଙ୍କ ସମେତ ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାର, ତାଙ୍କ ଭାଇ ମନୋଜ ସମେତ ୨୫ ଜଣଙ୍କ ବିରୋଧରେ ସିବିଆଇ ବୁଧବାର ଲକ୍ଷ୍ନୌର ଦୁର୍ନୀତି ନିବାରଣ ଶାଖାରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଅପରାଧିକ ଷଡଯନ୍ତ୍ର ଧାରାରେ ମାମଲା ରୁଜୁ କରାଯାଇଛି।
ଉତ୍ତରପ୍ରଦେଶ ସରକାରଙ୍କ ଆଗ୍ରହ କ୍ରମେ କେନ୍ଦ୍ର ସରକାର ଉନ୍ନାଓ ଗଣବଳାତ୍କାର ପୀଡ଼ିତାଙ୍କୁ ଟ୍ରକ ଚଢାଉ ହତ୍ୟା ଉଦ୍ୟମ ଘଟଣାର ତଦନ୍ତ ଭାର ସିବଆଇକୁ ପ୍ରଦାନ କରିଛନ୍ତି। ଏନେଇ ରାଜ୍ୟ ସରକାର ନୋଟିଫିକେସନ ଜାରି କରିଛନ୍ତି। ଏହି ମାମଲାରେ ରାଜନୀତି ନକରିବାକୁ ଉତ୍ତର ପ୍ରଦେଶର ବିଜେପି ସରକାର ବିରୋଧୀଙ୍କୁ ପରାମାର୍ଶ ଦେଇଛନ୍ତି। ପୀଡ଼ିତା ଏବଂ ତାର ଓକିଲ ଏବେ ଲକ୍ଷ୍ନୌର ଟ୍ରମା ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣାରେ ମୃତ ପୀଡ଼ିତାର ଖୁଡ଼ୀଙ୍କ ଶେଷକୃତ୍ୟ ପାଇଁ ବୁଧବାର ସକାଳେ ତାର କକାକୁ ରାଏବରେଲୀ ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ଉନ୍ନାଓ ଗଙ୍ଗା ଘାଟ ନିକଟକୁ ନିଆଯାଇଥିଲା।

ପ୍ରକାଶ ଯେ ଗତ ରବିବାର ରାଏବରେଲୀରେ ଏହି ଦୁର୍ଘଟଣା ଘଟିଥିଲା। ପୀଡ଼ିତା ନିଜର ମାଉସୀ, ଖୁଡ଼ୀ ଓ ଓକିଲଙ୍କ ସହିତ ରାଏବରେଲୀ ଆସୁଥିବାବେଳେ ବାଟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ପୀଡ଼ିାଙ୍କ ଖୁଡ଼ୀର ମୃତ୍ୟୁ ଘଟିଥିଲା ବେଳେ ପୀଡ଼ିତା ଏବଂ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ପୀଡ଼ିତା ବର୍ତ୍ତମାନ ଲକ୍ଷ୍ନୌର କିଙ୍ଗ ଜର୍ଜ୍ସ ମେଡିକାଲ ୟୁନିଭର୍ସିଟିରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ସେହିପରି ବିଜେପି ବିଧାୟକ କୁଳଦୀପ ସିଂହ ସେନଗାରଙ୍କୁ ମଙ୍ଗଳବାର ଦଳରୁ ବହିଷ୍କାର କରିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories