www.samajalive.in
Monday, December 8, 2025
27.1 C
Bhubaneswar

କରୋନା ଭୟ : ଭାରତ-କାତାର ଫିଫା ବିଶ୍ବକପ ଯୋଗ୍ୟତା ମ୍ୟାଚ ସ୍ଥଗିତ !

କଟକ  : ମାରାତ୍ମକ କରୋନା ଭାଇରସ୍‌ ସଂକ୍ରମଣ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରି ଚାଲିଛି। ଏହାର ପ୍ରଭାବ ଏବେ କ୍ରୀଡ଼ା ଜଗତ ଉପରେ ପକାଇବାରେ ଲାଗିଛି। ଏଥିପାଇଁ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତା ବାତିଲ ହେବାରେ ଲାଗିଛି। କରୋନା ପ୍ରଭାବରେ ଚଳିତ ମାର୍ଚ୍ଚ ୨୬ରେ କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଓ କାତାର ମଧ୍ୟରେ ଖେଳାଯିବାକୁ ଥିବା ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫିଫା ପକ୍ଷରୁ ୨୦୨୨ ବିଶ୍ବକପ ଏବଂ ୨୦୨୩ ଏସିଆନ କପ୍‌ ପାଇଁ ଖେଳାଯିବାକୁ ଥିବା ସମସ୍ତ ପ୍ରକାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ ରଖିବା ନେଇ ପ୍ରସ୍ତାବ ଦିଆଯାଇଛି। ଯାହା ଫଳରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବ​‌ା ଭାରତ ଓ କାତାର ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଏଥିନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ସ୍ଥଗିତ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି। ଭାରତ ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ ବିଜୟୀ ହୋଇନାହିଁ। ଯାହା ଫଳରେ ଦଳ ବିଶ୍ବକପ ଦୌଡ଼ରୁ ଏକପ୍ରକାର ବାଦ୍‌ ପଡିଛି। ଭାରତ ପ୍ରଥମ ମ୍ୟାଚରେ ଓମାନ ନିକଟରୁ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ କାତାର ସହିତ ଡ୍ର ରଖିଥିଲା। ୨୬ରେ କାତାର ବିପକ୍ଷରେ ଦ୍ବିତୀୟ ରାଉଣ୍ଡ ମ୍ୟାଚ ସହ ଜୁନ୍‌ରେ ବାଂଲାଦେଶ ଓ ଆଫଗାନିସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ରହିଛି। କରୋନା ପ୍ରଭାବ ପାଇଁ କାତାର ବିପକ୍ଷ ମ୍ୟାଚ ଚଳିତ ମାସରେ ସ୍ଥଗିତ ରହିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଭାରତ ଓ କାତାର ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଓଡ଼ିଶାରେ ପ୍ରଥମ ଥର ପାଇଁ ଫିଫା ଅନ୍ତର୍ଜାତୀୟ ମ୍ୟାଚ ହେବ। ଏଥିନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବାବେଳେ କରୋନା ପ୍ରଭାବକୁ ନେଇ ଚିନ୍ତା ଘାରିଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ କୁହନ୍ତି, କରୋନା ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପ୍ରଭାବ ପକାଇଛି। ଭାରତ ଓ କାତାର ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ କିମ୍ବା ବାତିଲ ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ ପକ୍ଷରୁ ଏପର୍ଯ୍ୟନ୍ତ ଆମକୁ କୌଣସି ସୂଚନା ଦିଆଯାଇନାହିଁ। ଫିଫା ପକ୍ଷରୁ ଅନେକ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ୨୬ରେ କଳିଙ୍ଗ ଷ୍ଟାଡ଼ିୟମ ମ୍ୟାଚ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ସଚିବ ଶ୍ରୀ ଦେବ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories