www.samajalive.in
Monday, December 8, 2025
20.1 C
Bhubaneswar

କରୋନା ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସାରାବିଶ୍ୱରେ ମାନବ ସମାଜ ଆଜି ମହାମାରୀ କରୋନା ବିରୋଧରେ ସଂଗ୍ରାମ ଜାରି ରଖଛନ୍ତି। ଏହି ସଂଗ୍ରମାରେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡ଼ିରେ ରହି ଯେଉଁମାନେ ଅହରହ ଲଢ଼େଇ କରୁଛନ୍ତି ସେମାନଙ୍କ ନିକଟରେ ସମଗ୍ର ମଣିଷ ଜାତି ପ୍ରଣାମ କରୁଛି, କୃତଜ୍ଞତା ଜ୍ଞାପନ କରୁଛି। ଏହିଭଳି ବହୁ ପ୍ରମୁଖ ଯୋଦ୍ଧାମାନଙ୍କ ସହିତ କର୍ତ୍ତବ୍ୟରତ ଅଛନ୍ତି ହଜାର ହଜାର ସଫେଇ କର୍ମଚାରୀ। ଯେଉଁମାନଙ୍କ ସେବାର ପଟାନ୍ତର ନାହିଁ। ଏହି ପରୀପ୍ରେକ୍ଷୀରେ ସିଟିଜେନ୍‍ସ ଫୋର ଗ୍ରେଟର ଗାଡ଼କଣ ତରଫରୁ ୱାର୍ଡ ନଂ ୯ର ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ ସାଙ୍ଗକୁ ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିତରଣ କରାଯାଇଥିଲା। ପ୍ରତୀକାତ୍ମକ ଭାବରେ ସଫେଇ କର୍ମଚାରୀଙ୍କ ମାଦ୍‍ୟମରେ କରୋନା ବିରୋଧି ଯୁଦ୍ଧରେ ସମସ୍ତ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସିଟିଜେନ୍‍ ଫୋରମ୍‍ର ସଭାପତି ବିଶ୍ୱର କୁମାର ନାୟକ, ଉପସଭାପତି ପ୍ରଦୀପ ଜେନା,ସମ୍ପାଦକ ଅମୂଲ୍ୟ ଦାଶ, ଯୁଗ୍ମ ସମ୍ପାଦକ ରମେଶ ସାହୁ, କୋଷାଧ୍ୟକ୍ଷ ସିଲା କେଶବ ପାତ୍ର, ପ୍ରଫେସର ସୁରେନ୍ଦ୍ର ମିଶ୍ର, ଶୁଭାକ୍ତ ଦାସ, ସୁବ୍ରତ ମିଶ୍ର, ଅଦ୍ୱୈତ ପରିଡ଼ା, ସୁକାନ୍ତ ପଟ୍ଟନାୟକ, ବ୍ରଜେଶ୍ୱରୀ ବେହେରା ପ୍ରମୁଖ ଯୋଗଦେଇଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories