www.samajalive.in
Monday, December 8, 2025
20.1 C
Bhubaneswar

କୀଟନାଶକ ପିଇ ବୋହୂର ଆତ୍ମହତ୍ୟା ଘଟଣା: ଶାଶୂ-ଶ୍ବଶୂରଙ୍କୁ ଗିରଫ କଲା ପୁଲିସ 

ପାଟଣା : ଗତକାଲି ପାଟଣା ଥାନା ଅନ୍ତର୍ଗତ ରସପଡା ଗ୍ରାମର ବୀରକିଶୋର ମହାନ୍ତଙ୍କ ପତ୍ନୀ ଲୀଳାବତୀ ମହାନ୍ତ ଓ ଶାଶୁ କମଳା ମହାନ୍ତଙ୍କ ମଧ୍ୟରେ ଝଗଡା ପରେ ବୋହୂ ଲୀଳାବତୀ କୀଟନାଶକ ଖାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଝିଅର ମା’ ପାଟଣା ଥାନାରେ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି  ଆଜି ଶାଶୁ କମଳା ମହାନ୍ତ ଓ ଶ୍ଵଶୂର ଦାମୋଦର ମହାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଲୀଳାବତୀଙ୍କ  ସ୍ୱାମୀ ହାଇଦ୍ରାବାଦରେ ରହୁଥିବାବେଳେ ଲୀଳାବତୀ ଦେଢ଼ ବର୍ଷର ଶିଶୁ ପୁତ୍ର ସହ ଶାଶୂଙ୍କ ପାଖରେ ରହୁଥିଲେ। ଗତକାଲି ଉଭୟ ଶାଶୁ ବୋହୂଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବା ପରେ ଲୀଳାବତୀ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲୀଳାବତୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମା’ ପାଟଣା ଥାନାରେ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି  ଆଜି ଶାଶୁ କମଳା ମହାନ୍ତ ଓ ଶ୍ଵଶୂର ଦାମୋଦର ମହାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ପାଟଣା ଥାନା କେଶ ନଂ ୨୪୭/୨୪ ମୂଳେ ଭାରତୀୟ ଦଣ୍ଡ ବିଧାନ ଆଇନ ୪୯୮,୩୦୪(ବି),୩୦୬,୨୯୪,୩୪ ଆଇପିସି ଯୌତୁକ ନିର୍ଯାତନା ଆଇନ ବଳରେ ଏମାନଙ୍କୁ ଗିରଫ କରାଯାଇଥିବା ପାଟଣା ଥାନା ଏସଆଇ ଲକ୍ଷ୍ମଣ ମାଝୀ ସୂଚନା ଦେଇଛନ୍ତି।

ସାହାରପଡା ଅଞ୍ଚଳରେ ୨୭ ହାତୀ, ନଷ୍ଟ କଲେ ତରଭୁଜ ଓ ଧାନ ଫସଲ

- Advertisement -

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories