www.samajalive.in
Monday, December 8, 2025
27.1 C
Bhubaneswar

ଅଦିନିଆ ବର୍ଷାରେ ମକା ଓ ଧାନଚାଷୀ କ୍ଷତିଗ୍ରସ୍ତ, ସରକାରୀ ସହାୟତା ପାଇଁ ନିବେଦନ 

ନବରଙ୍ଗପୁର: ଅଦିନିଆ ବର୍ଷାରେ ଗଭୀର କ୍ଷତିଗ୍ରସ୍ତ ହୋଇଛନ୍ତି ମକା ଓ ଧାନଚାଷୀ। ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା, ମୈଦଲପୁର ଏବଂ ଆଖପାଖ ପଂଚାୟତର ବିଭିନ୍ନ ସ୍ଥାନରେ ଆଜକୁ କିଛି ଦିନ ହେବ ବର୍ଷା ଲାଗି ରହିଥିବା ଯୋଗୁଁ ଧାନ ଓ ମକା ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ଏବେ ଧାନ ଓ ମକା ଅମଳ ସମୟ ହୋଇଥିବାରୁ ଅଦିନିଆ ବର୍ଷାରେ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି। ଚାଷ ଜମିରେ କଟା ହେବାକୁଥିବା ପାଚିଲା ଧାନ ଓ ମକା ଓଦା ହୋଇଯାଇଛି।

ସେହିପରି କିଛି ଚାଷୀ ଧାନ କାଟି ଖଳାରେ ରଖିଥିବା ଧାନ ମଧ୍ୟ ଓଦା ହୋଇଯାଇଛି। ସେହିପରି ମକା ଅମଳ ପାଇଁ ଖଳାରେ ମକା ଶୁଖାଇ ରଖିଥିବା ବେଳେ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି ମକା। ଚାଷୀଙ୍କ କହିବା ଅନୁଯାୟୀ, ଅମଳ ସମୟରେ ବର୍ଷା ଧାନ ଓ ମକା ପାଇଁ ସମ୍ପୂର୍ଣ୍ଣ ବିପଦ। କଟା ଏବଂ ବର୍ଷା ରେ ପାଣି ରହିଲେ ଧାନଗୁଡିକ କଳା ପଡିଯିବା ସହିତ ଗଜା ଫିଟିଯିବ। ଯାହା ଫଳରେ ଧାନ ବିକ୍ରି ହେବା ଅସମ୍ଭବ ଏବଂ ଚାଉଳ କରିବା ଅନୁପଯୋଗୀ ହେବ। ଚଳିତ ବର୍ଷ କରୋନା ଦାଉର ମହଙ୍ଗା ମାଡରେ ଉଚ୍ଚ ଦର ଦାମ୍ ଦେଇ ବିହନ, ସାର, ଶ୍ରମିକ, କୀଟନାଶକ ଔଷଧ କରି ଚାଷୀ ସୁନାର ଫସଲ କରିଥିଲେ । ହେଲେ ଚାଷୀଙ୍କ ଉପରେ ଏବେ ଦାଉ ସାଧିଛି ଅଦିନିଆ ବର୍ଷା। ସେପଟେ ଚାଷୀଙ୍କ ନିକରେ ଜରିପାଲ ନଥିବାରୁ କେତେକ ସ୍ଥାନରେ ଖଳାଗୁଡିକରେ ମଧ୍ୟ ଧାନ ଭିଜି ନଷ୍ଟ ହୋଇଯାଇଥିବା ଯୋଗୁଁ ଚିନ୍ତାରେ ଅଛନ୍ତି ଚାଷୀ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories