ଫୁଲବାଣୀ : କେନ୍ଦ୍ର ସରକାର ଉଭୟ ସଦନରେ କୃଷିବିଲକୁ ମୌଖିକ ଭୋଟରେ ଗୃହିତ କରି ନେଇଛନ୍ତି ଯାହା ଗଣତନ୍ତ୍ରର ହତ୍ୟା। ଏହି ବିଲ୍ ଯୋଗୁଁ ଗରୀବ ଚାଷୀ ପୁଞ୍ଜିପତିଙ୍କ ଲୁଟର ଶୀକାର ହେବେ। ବଜାର ଉପରେ ସରକାରଙ୍କ କୌଣସି ନିୟୋନ୍ତ୍ରଣ ରହିବ ନାହିଁ। ପୁଣି ଜମିଦାର ପ୍ରଥା ଲାଗୁ ହେଇଯିବ। ଏହି ଭଳି ଅଭିଯୋଗ କରି ଆଜି ଯୁବ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଜିଲ୍ଲା ଯୁହ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଘନ ଶବର, ହେମନ୍ତ କର, ସଂସାର ଭୋଇ, ଦୁର୍ଯ୍ୟଧନ ପଟନାୟକ, ସଂଜୟ ଭଂଜ, ଅଶୋକ ସାସନି, ନନ୍ଦ କିଶୋର ଦାସ, ଶିବଶଙ୍କର ବେହେରା, ବଦଦେବ ବେହେରା , ମନିଶ ବେହେରା ପ୍ରମୁଖ ବହୁ କର୍ମକର୍ତା ହଳ, ଲଙ୍ଗଲ, ଟ୍ରାକ୍ଟର ନେଇ ବିକ୍ଷୋଭରେ ସାମିଲ ହୋଇଥିଲେ।
Popular Categories



