www.samajalive.in
Sunday, December 7, 2025
26.1 C
Bhubaneswar

ଦୃଶ୍ୟମ୍‌ ଫିଲ୍ମରୁ କମ୍‌ ନୁହେଁ ; ବୋହୂକୁ ହତ୍ୟା କରି ଏମିତି ପୋତିଥିଲେ ମୃତଦେହ

ନୂଆଦିଲ୍ଲୀ : ଗତ କିଛି ଦିନରେ ସ୍ୱାମୀ ସ୍ତ୍ରୀକୁ ଓ ସ୍ତ୍ରୀ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆଣିଛି । ସୌରଭ-ମୁସ୍କାନ ହେଉ କିମ୍ବା ସୋନମ-ରାଜା ରଘୁବଂଶୀ ଉଭୟ ମାମଲା ହଇଚଇ ସୃଷ୍ଟି କରିଛି । ମାତ୍ର ନିକଟରେ ଫରିଦାବାଦରୁ ଆସିଥିବା ଏକ ମାମଲା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ କରିଛି । ଏଠାରେ ଜଣେ ଯୁବତୀଙ୍କ ହତ୍ୟାର ମାମଲା ସାମ୍ନାକୁ ଆସିଛି । ଉକ୍ତ ଯୁବତୀଙ୍କର ୨ ବର୍ଷ ପୂର୍ବରୁ ବିବାହ ହୋଇଥିଲା । ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିବା ସହ ମୃତଦେହକୁ ଘରର ନିକଟ ଗଳିରେ ୧୦ ଫୁଟ୍‌ ଗାତ କରି ପୋତି ଦେଇଥିଲେ । ସେହି ରାସ୍ତାଟି ସର୍ବ ସାଧାରଣଙ୍କ ନିୟମିତ ଯିବା ଆସିବା ରାସ୍ତା ମଧ୍ୟ ।

ଯୌତୁକ ଓ ହତ୍ୟା ସହ ଜଡିତ ଏହି ମାମଲା ଫରୀଦାବାଦର ପଲ୍ଲା ଅଞ୍ଚଳର । ଉତ୍ତରପ୍ରଦେଶର ଶିକୋହାବାଦର ବାସିନ୍ଦା ତନୁଙ୍କ ବିବାହ ୨ ବର୍ଷ ପୂର୍ବେ ଫରୀଦାବାଦର ରୋଶନନଗରରେ ରହୁଥିବା ଅରୁଣଙ୍କ ସହ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତନୁଙ୍କ ଶାଶୁଘର ତାଙ୍କୁ ହଇରାଣ କରୁଥିଲେ । ଲଗାତାର ସୁନା ଓ ନଗଦ ଟଙ୍କା ପାଇଁ ମଧ୍ୟ ଦାବି କରୁଥିଲେ ।

ବାଂଲାଦେଶ ଓ ପାକିସ୍ତାନ ସହ ଚୀନର ଖାସ୍‌ ବୈଠକ

- Advertisement -

ପୁଲିସ ଜେସିବି ସାହାଯ୍ୟରେ ୧୦ ଫୁଟ ଗାତ ଖୋଳି ତନୁଙ୍କ ମୃତଦେହ ଜବତ କରିବା ସହ ଯାଞ୍ଚ ପାଇଁ ପଠାଇଥିଲେ । ତନୁଙ୍କ ଶାଶୁଘର ଲୋକେ ତାଙ୍କ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପରିବାରର ୪ ସଦସ୍ୟଙ୍କ ବିରୁଦ୍ଧରେ ହତ୍ୟାର ମୋକଦ୍ଦମା ରୁଜୁ ସହ ଗିରଫ କରାଯାଇ ପଚରାଉଚରା କରାଯାଉଛି ।
ତନୁଙ୍କ ଭଉଣୀଙ୍କ କହିବାନୁସାରେ ୨ ମାସ ପୂର୍ବରୁ ତନୁ ଘର ଛାଡି କେଉଁଆଡେ ପଳାଇଛନ୍ତି ବୋଲି ତାଙ୍କ ଶାଶୁଘର ଲୋକ କହିଥିଲେ । ସେହି ସମୟରେ ସେମାନଙ୍କୁ ସନ୍ଦେହ ହୋଇଥିଲା । ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଗାତ ଖୋଳି ତନୁଙ୍କ ମୃତଦେହ ଉଦ୍ଧାର କରି ଥିଲା । ପଡୋଶୀ କହିଥିଲେ, ଘରର କୌଣସି କାମ ପାଇଁ ତନୁଙ୍କ ଶାଶୁଘର ଲୋକେ ଗାତ ଖୋଳିଥିଲେ ବୋଲି କହିଥିଲେ । ଏହାର ୨ ଦିନ ପରେ ତନୁଙ୍କ କେଉଁ ଆଡେ ଚାଲି ଯାଇଛି ବୋଲି ମଧ୍ୟ କହିଥିଲେ । ଫଳରେ ପଡୋଶୀ ଏହାକୁ ନେଇ ସନ୍ଦେହ କରିଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories